ଏବର୍ଷ ଡେରିରେ ଆସିବ ଅଙ୍ଗୁରୁ
ଏବର୍ଷ ଡେରିରେ ଆସିବ ଅଙ୍ଗୁରୁ
ଭାରତର ମହାରାଷ୍ଟ୍ରରେ ଅଙ୍ଗୁର ସବୁଠୁ ଅଧିକ ଉତ୍ପାଦନ ହୁଏ । ଦେଶର ପ୍ରତିଟି ଫଳ ବଜାରରେ ନାସିକ ଅଙ୍ଗୁରର ଆଦର ରହିଛି । ସ୍ଥାନୀୟ ଚାଷୀମାନେ ଏବେଠାରୁ ଜଣାଇସାରିଲେଣି ଯେ, ଚଳିତ ବର୍ଷ ବଜାରକୁ ନାସିକ ଅଙ୍ଗୁର ଡେରିରେ ଆସିବ ।
ବର୍ଷା କାରଣରୁ ଏଥରକ ୧୦-୧୫% ଅଙ୍ଗୁର ଚାଷ କ୍ଷେତ ନଷ୍ଟ ହୋଇଛି । ତା’ସହ ଅଙ୍ଗୁର ତୋଳା ହୋଇନଥିବାରୁ ବଜାରକୁ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିବା ମୁସ୍କିଲ । ଗଲା ବର୍ଷ ତୁଳନାରେ ଏ ବର୍ଷ ଅଙ୍ଗୁର ଦର ବେଶ ଚଢ଼ା ରହିବ । ଅଙ୍ଗୁର ଡେରିରେ ଆସିବ, ତା’ ସାଙ୍ଗକୁ ଅଧିକ ଦାମ୍ କାରଣରୁ ଗ୍ରାହକ ମହଲ ଚିନ୍ତାରେ ପଡ଼ିଯିବେ ।