ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ

ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ

ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ
ବାରିପଦା: ବାରିପଦା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ତିରିଂ ମେଡିକାଲରୁ ବାରିପଦା ମେଡିକାଲ ଆସୁଥିବା ଆମ୍ବୁଲାନ୍ସ ଉପରେ ଟ୍ରକଟି ଓଲଟି ପଡିଥିବାବେଳେ ରୋଗୀ ଜଣକ ମୃତୁ୍ୟବରଣ କରିଛନ୍ତି । ଆଉ ୫ ଜଣ ଗୁରତୁର ଅବସ୍ଥାରେ ଅଛନ୍ତି । ମୃତକଙ୍କ ପରିବାର ସହ ଡ୍ରାଇଭର ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି।