ଆଶାୟୀଙ୍କ ଛାତି ଧଡ଼ଧଡ଼, ଆଜି ଆସିବ ଚୂଡ଼ାନ୍ତ ସଂରକ୍ଷଣ ତାଲିକା
ଆଶାୟୀଙ୍କ ଛାତି ଧଡ଼ଧଡ଼, ଆଜି ଆସିବ ଚୂଡ଼ାନ୍ତ ସଂରକ୍ଷଣ ତାଲିକା
ଭୁବନେଶ୍ବର: ଆଉ କିଛି ସମୟର ଅପେକ୍ଷା। ପଞ୍ଚାୟତ ନିର୍ବାଚନ ନେଇ ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା । ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇବ । ୩୦ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ତାଲିକା ହସ୍ତାନ୍ତର କରାଯିବ । ଆଜି ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ସଂରକ୍ଷଣ ତାଲିକାକୁ ନେଇ ଆଶାୟୀଙ୍କ ଛାତି ଧଡ଼ଧଡ଼, କଣ ହେବ, ତାକୁ ସବୁ ଅପେକ୍ଷା କରିଛନ୍ତି। ଚିଠା ତାଲିକା ଦେଖି ଖୁସି ଥିବା ଆଶାୟୀଙ୍କୁ ଡର ଯେ ଚୂଡ଼ାନ୍ତ ତାଲିକା ବେଳକୁ ପାଲି ପାଲଟି ଯିବନି ତ? ସେହିପରି ଚିଠା ତାଲିକା ନେଇ ଆପତ୍ତି ଉଠାଇଥିବା ଆଶାୟୀ ଅପେକ୍ଷା କରିଛନ୍ତି ଯେ ନୂଆ ତାଲିକା ବଦଳିବ ନା ନାହିଁ।
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂରକ୍ଷଣକୁ ନେଇ ଆସିଥିବା ବିଭିନ୍ନ ଅଭିଯୋଗର ଶୁଣାଣି ୨୨ ତାରିଖରେ ଶେଷ ହୋଇଛି । ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇବ । ୩୦ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ରାଜ୍ୟ ସରକାର ଚୂଡ଼ାନ୍ତ ତାଲିକା ଦେବେ । ୯୨ ହଜାର ଓ୍ୱାର୍ଡ ମେମ୍ବର, ୬ ହଜାର ୮୦୦ ସରପଞ୍ଚ ଓ ସମିତ ସଭ୍ୟଙ୍କ ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ । ଆସନ୍ତା ୩୦ ତାରିଖରେ ଜିଲ୍ଲା ପରିଷଦର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କୁ ଦେବେ । ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ହେବ ।ଆସନ୍ତା ଫେବୃୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜାରି ରହିଛି । ୫ଟି ପର୍ୟ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ । ତେବେ କେଉଁ ତାରିଖରେ ଭୋଟ୍ ହେବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ନିର୍ବାଚନ କମିଶନ ।




admin 