ଟିକା ନେଲେ ବି କରୋନା ପରୀକ୍ଷା କରାନ୍ତୁ
ଟିକା ନେଲେ ବି କରୋନା ପରୀକ୍ଷା କରାନ୍ତୁ
ଭୁବନେଶ୍ବର: କରୋନା ସଂକ୍ରମଣ କମିବା ଯୋଗୁ କୋଭିଡ ପରୀକ୍ଷା ପାଇଁ ଲୋକେ ଆଗ୍ରହ ଦେଖାଉନାହାନ୍ତି । ଲକ୍ଷଣ ଦେଖାଗଲେ ତୁରନ୍ତ କରୋନା ପରୀକ୍ଷା କରିବା ନିହାତି ଜରୁରୀ। ବର୍ତ୍ତମାନ ବି ରାଜ୍ୟରେ ସାଢେ ୪ ହଜାର ସକ୍ରିୟ ମାମଲା ରହିଛି। ତାଙ୍କ ସଂସ୍ପର୍ଶରେ ବି ଲୋକ ଆସୁଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଡିସେମ୍ବର ପର୍ୟ୍ୟନ୍ତ ୬୦-୭୦ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଲୋକଙ୍କ ସହଯୋଗ ଆବଶ୍ୟକ। ଟିକା ନେଇଗଲୁଣି ଭାବି କରୋନା ଟେଷ୍ଟ ନ କରିବା ଭୁଲ । ଯେଉଁ ଜିଲ୍ଲାରେ ସମ୍ପୂର୍ଣ୍ଣ ସଂକ୍ରମଣ କମିଛି, ସେଠି ବି ଆକ୍ରାନ୍ତ ବାହାରି ପାରନ୍ତି । ରାସ୍ତାକଡ଼ ବ୍ୟବସାୟୀ, ସପିଂ ମଲ କର୍ମଚାରୀ, ସ୍କୁଲ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା କିମ୍ବା ବେଶୀ ଗହଳି ସ୍ଥାନକୁ ଯାଉଥିବା ଲୋକ ନିହାତି ପରୀକ୍ଷା କରିବା ଆବଶ୍ୟକ ବୋଲି ନିରଞ୍ଜନ କହିଛନ୍ତି। ସତର୍କତା ପାଇଁ ତୃତୀୟ ଲହର ଆସୁଛି ନା ନାହିଁ ଜାଣିବା ପାଇଁ ଟେଷ୍ଟ ଜରୁରୀ । ନୂଆ ମାମଲା ଆସିଲେ କଣ୍ଟେନମେଣ୍ଟ କରିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ପାଇଁ ଟେଷ୍ଟ ଜରୁରୀ। ବାହାର ରାଜ୍ୟକୁ ଯାଇଥିବା ବ୍ୟକ୍ତି ବି ଟେଷ୍ଟ କରିବା ଭଲ । ଏହାଦ୍ବାରା ନୂଆ ମ୍ୟୁଟାଣ୍ଟ ଆସିଛି କି ନାହିଁ ଜଣାପଡ଼ିବ। ବର୍ତ୍ତମାନ ନୂଆ ଭାରିଆଣ୍ଟ ଉପରେ ନଜର ରଖାଯାଇଛି । ବର୍ତ୍ତମାନ କିଛି ସତର୍କତା ନାହିଁ। ସଂକ୍ରମଣ ସଂଖ୍ୟା, ମୃତ୍ୟୁ ସଂଖ୍ୟା କମିଲେ ଭାଇରସ ଏଣ୍ଡେମିକ ସ୍ତରକୁ ଯିବ । ବର୍ତ୍ତମାନ ଯେପରି ସ୍ଥିତି ଅଛି ଏମିତି ଅପ-ଡାଉନ ହୋଇ ସଂକ୍ରମଣ କମିବ । ରାଜ୍ୟରେ ସଂକ୍ରମଣ ସଂଖ୍ୟା, ଡାକ୍ତରଖାନାକୁ ଯିବା ରୋଗୀଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା କ୍ରମାନ୍ବୟରେ କମୁଛି । କିନ୍ତୁ ଆଗକୁ ସତର୍କ ରହିବାକୁ ପଡିବ ବୋଲି ସେ ପରାମର୍ଶ ଦେଇଛନ୍ତି ।




admin 