ଆସନ୍ତାକାଲି ହୀରାକୁଦରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ

ଆସନ୍ତାକାଲି ହୀରାକୁଦରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ

ଆସନ୍ତାକାଲି ହୀରାକୁଦରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ
ସମ୍ବଲପୁର : ୨ଦିନ ଧରି ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଫୁଲୁଛି । ହୀରାକୁଦ ଡ୍ୟାମକୁ ବନ୍ୟା ଜଳ ଅଧିକ ମାତ୍ରାରେ ପ୍ରବେଶ କରୁଛି । ଆସନ୍ତାକାଲି ଦିନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ତେଣୁ କ୍ରମାଗତ ଭାବେ ଡ୍ୟାମର ଜଳପତନ ବଢିବାରେ ଲାଗିଛି । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୫୪ ଘନଫୁଟ ରହିଛି । ଏହାର ଜଳ ଧାରଣା କ୍ଷମତା ୬୩୦ ଘନ ଫୁଟ ରହିଛି । ତେଣୁ ତଳିଆ ଅଂଚଳରେ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସତର୍କ କରାଯାଇଛି । ଛତିଶଗଡ, ସମ୍ବଲପୁର, ଝାରସୁଗୁଡାରେ ଲଗାଣ ବର୍ଷା କାରଣରୁ ହୀରାକୁଦର ଛାତି ଫୁଲୁଛି । ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୮୦୪୯୧ ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ପ୍ରତି ସେକେଣ୍ଡରେ ୧୮୫୧୯ ଘନଫୁଟ ଜଳ ନିଷ୍କାସିତ ହେଉଛି । ଫଳରେ ଆସନ୍ତାକାଲି ସୁଦ୍ଧା ଜଳସ୍ତର ୬୧୭.୮ ଘନଫୁଟ କିମ୍ବା ୬୧୮ ଘନଫୁଟରେ ପହଁଚିବ ବୋଲି ଅନୁମାନ କରିଛି । ଏବେ ସୁଦ୍ଧା ଡ୍ୟାମର ଜଳସ୍ତର ୬୧୫.୫୪ ଘନଫୁଟ ରହିଛି । ତେବେ ଆସନ୍ତା କାଲି ଦିନ ୧୧ଟା ପରେ ଜଳ ନିଷ୍କାସିତ ହେବ । ପ୍ରଥମେ ପୂଜାର୍ଚ୍ଚନା ପରେ ୭ନମ୍ବର ସ୍ୱିଚ୍ ଗେଟ ଖୋଲାଯିବ ଏହା ପରେ ଅନ୍ୟ ଗେଟ ଖୋଲାଯିବ । କେତେଟା ଗେଟ୍ ଖୋଲାଯିବ ସ୍ଥିର ହୋଇ ନାହିଁ । ସ୍ଥିତିକୁ ଅନୁଧ୍ୟାନ କରି କେତେ ଗେଟ ଖୋଲାଯିବ ତାହା ନିର୍ଦ୍ଧାରିତ କରାଯିବ । ଆସନ୍ତାକାଲି ଗେଟ୍ ଖୋଲାଯିବା ନେଇ ସମ୍ବଲପୁର, ବୁର୍ଲା, ହୀରାକୁଦ ଏବଂ ଆଖପାଖ ଅଂଚଳରେ ପ୍ରଚାର କରାଯାଉଛି । ମହାନଦୀ ଅବବାହିକାକୁ ନଯିବାକୁ ଓ ଗୃହପାଳିତ ଜୀବଜନ୍ତୁଙ୍କୁ ନଛାଡିବାକୁ କଟକଣା ଜାରୀ କରାଯାଇଛି ।