ଆସନ୍ତା ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ।

ଆସନ୍ତା ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ।

ଆସନ୍ତା ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ।
କରୋନା ମୁକାବିଲା ପାଇଁ ରାଜ୍ୟରେ ଆସନ୍ତା ୧ ତାରିଖରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ । ସେରୋଲୋଜିକାଲ ସର୍ଭେର ଅର୍ଥ ରହିଛି ଶରୀରରେ ଆଣ୍ଟିବଡ଼ିର ମାତ୍ରାକୁ ଚିହ୍ନଟ କରିବା । ଭୁବନେଶ୍ୱର ସହର , ଗଞ୍ଜାମ, ଗଜପତି ଜିଲ୍ଲା ଓ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରରେ ରେ ମଧ୍ୟ ଏହି ସର୍ଭେ କରାଯିବ । ସୂଚନାଯୋଗ୍ୟ, ଗତ ଶନିବାର ଠାରୁ ପୁରୀ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣର ମାତ୍ରା ପରଖିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟର ୯ଟି ଜିଲ୍ଲାରେ ଏହି ସର୍ଭେ କରାଯିବ । ଯେଉଁ ସବୁ ବ୍ୟକ୍ତି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ରହୁଛନ୍ତି , ସେମାନଙ୍କ ଦ୍ୱାରା ସେରୋଲଜିକାଲ ସର୍ଭେ କରାଯିବ । ପୌର , ପରିବହନ , ଓ ପୋଲିସ୍ କର୍ମଚାରୀଙ୍କର ସେରୋଲଜିକାଲ ସର୍ଭେ କରାଯିବ । ଏମାନଙ୍କ ସହ କେବଳ କମ୍ୟୁନିଟିରୁ ଲୋକଙ୍କୁ ବାଛି ସେମାନଙ୍କର ମଧ୍ୟ ସେରୋଲଜିକାଲ ସର୍ଭେ କରାଯିବ ।