ଉତରପ୍ରଦେଶର ଏହି ଲୋକ ଭୋକ ମେଂଟାଇବା ପାଇଁ ଖାଆନ୍ତି ବିଦୁ୍ୟତ ଝଟକା
ଉତରପ୍ରଦେଶର ଏହି ଲୋକ ଭୋକ ମେଂଟାଇବା ପାଇଁ ଖାଆନ୍ତି ବିଦୁ୍ୟତ ଝଟକା
admin
May 14, 2021 - 11:23
Updated: May 14, 2021 - 11:23
ସାଧାରଣତଃ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଲୋକଙ୍କର ମୃତୁ୍ୟ ହେଉଥିବା କଥା ଆପଣ ଶୁଣିଥିବେ । ଉତରପ୍ରଦେଶର ମୁଜାଫରନଗରର ବାସିନ୍ଦା ନରେଶ କୁମାର କିନ୍ତୁ ଏକ ଅଜବ ଶକ୍ତିର ଅଧିକାରୀ । ବିଦୁ୍ୟତ୍ ସଂସ୍ପର୍ଶରେ ଆସିଲେ ତାଙ୍କର କୌଣସି କ୍ଷତି ହୋଇନଥାଏ । ଓଲଟା ପ୍ରତିଦିନ ଭୋକ ମେଂଟାଇବା ପାଇଁ ସେ ବିଦୁ୍ୟତ ଝଟକା ନେଇଥାନ୍ତି । ଖାଇବାକୁ କିଛି ନଥିଲେ ବିଦୁ୍ୟତ ତାରକୁ ଧରି ଅଧଘଂଟା ପର୍ଯ୍ୟନ୍ତ ଛିଡା ହୋଇଯାଇଥାନ୍ତି । ଖାସ ସେଥିପାଇଁ ସ୍ଥାନୀୟ ଅଂଚଳରେ ସେ ପାୱାରମ୍ୟାନ ଭାବେ ପରିଚିତ । ୪୨ ବର୍ଷୀୟ ନରେଶଙ୍କ ଅନୁସାରେ ଥରେ ସେ ଏକ ହାଇଭୋଲଟେଜ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ହେଲେ ତାଙ୍କର କୌଣସି କ୍ଷତି ହେଲାନାହିଁ । ତାପରେ ସେ ନିଜର ଏଭଳି ଅଭୁତ ଶକ୍ତି ସମ୍ପର୍କରେ ଜାଣିପାରିଲେ । ସେବେଠାରୁ ସେ ଖାଲି ପାଦରେ ସମସ୍ତ ବିଦୁ୍ୟତ ଉପକରଣର ମରାମତି କରିଥାନ୍ତି । ସେହିପରି ବିଦୁ୍ୟତ୍ ତାରକୁ ଛୁଇଁବା ଦ୍ୱାରା ତାଙ୍କ ଶରୀରକୁ ଶକ୍ତି ମିଳିଥାଏ । ତେଣୁ ଭୋକ ଲାଗେ ନାହିଁ ବୋଲି ନରେଶ କହନ୍ତି । ସବୁଠୁ ଆଶ୍ଚର୍ଯ୍ୟକଥା ହେଲା ବିଦୁ୍ୟତ୍ ତାରକୁ ଧରିଥିବା ସମୟରେ ନରେଶଙ୍କର ଶରୀରରେ ଟେଷ୍ଟର ଲଗାଇଲେ ଟେଷ୍ଟରର ଲାଇଟ ଜଳୁଥିବାର ଦେଖିବାକୁ ମିଳିଥାଏ ।