ଏମିତି ବି ମୃତ୍ୟୁ ଆସେ, ଭୂସ୍ଖଳନ ଓ ଘର ଭୁଶୁଡି ୨୧ ମୃତ

ଏମିତି ବି ମୃତ୍ୟୁ ଆସେ, ଭୂସ୍ଖଳନ ଓ ଘର ଭୁଶୁଡି ୨୧ ମୃତ

ଏମିତି ବି ମୃତ୍ୟୁ ଆସେ, ଭୂସ୍ଖଳନ ଓ ଘର ଭୁଶୁଡି ୨୧ ମୃତ

ଶିମଲା: ହିମାଚଳ ପ୍ରଦେଶରେ କରାଳ ରୂପ ଦେଖାଉଛି ପ୍ରକୃତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୨ ଜଣ ଆହତ ହୋଇଛନ୍ତି । ସେହିପରି ୬ ଜଣେ ଏବେ ବି ନିଖୋଜ ଥିବା ସୂଚନା ମିଳିଛି । ହିମାଚଳର ୩୦ଟି ଅଲଗା ଅଲଗା ସ୍ଥାନରେ କୃତ୍ରିମ ବନ୍ୟା ଆସିଛି । ମାଟି ଅତଡା ଖସିବା ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଛି । ବର୍ଷା ଓ ବନ୍ୟାରେ ଏଠାରେ ପ୍ରାୟ ୧୫ଟି ଘର ଧୋଇଯାଇଛି ।

ହିମାଚଳର କାଙ୍ଗଡା ଜିଲ୍ଲା ସ୍ଥିତ ହିମାଚଳ ପ୍ରଦେଶ- ପଞ୍ଜାବ ସୀମା ଚକ୍କି ନଦୀ ଉପରେ ଇଂରେଜଙ୍କ ସମୟରୁ ନିର୍ମିତ ୮ ଶହ ମିଟର ଲମ୍ବା ରେଳ ବ୍ରିଜ  ଦେଖୁ ଦେଖୁ ପ୍ରଖର ବନ୍ୟା ପାଣିରେ ଭାସିଯାଇଛି । ନଦୀରେ ହଠାତ ବନ୍ୟା ଆସିବା ପରେ ଦୁର୍ବଳ ଖମ୍ବ ସବୁ ଦୋହଲିଯିବା ସହ ବ୍ରିଜ ଭୁଶୁଡି ପଡିଛି । ଶୁକ୍ରବାର ଦିନ ମଣ୍ଡି ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ ମାଟି ଅତଡା ଖସି ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଦେଖିବାକୁ ମିଳିଥିଲା । ତେବେ ବର୍ଷା ଯୋଗୁଁ ଚଳିତ ବର୍ଷା ରାଜ୍ୟବ୍ୟାପୀ ୨୨୫ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଖରାପ ପାଗ ଲାଗି ରହିଥିବା ଯୋଗୁଁ ଲୋକଙ୍କୁ ଆଖପାଖ ନଦୀ ଏବଂ ଝରଣା ନିକଟକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟରେ ଏପରି ପ୍ରବଳ ବର୍ଷା ସହ ଭୂସ୍ଖଳନ ଲାଗି ରହିବ ବୋଲି ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସତର୍କ କରାଯାଇଛି ।