କାର ସହ ଭାସିଯାଇ ଦୁଇ ମୃତ

କାର ସହ ଭାସିଯାଇ ଦୁଇ ମୃତ

କାର ସହ ଭାସିଯାଇ ଦୁଇ ମୃତ

ସମ୍ବଲପୁର: ନାଳ ପାରି ହେଉଥିବା ବେଳେ ଅଘଟଣ । ବନ୍ୟା ପାଣିରେ କାର ସହ ଭାସିଯାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଲଇଡା ଫାଶୀମାଲ ରାସ୍ତାର ନାକଟିପାଲି ନାଳରେ । ଦୁଇ ମୃତକ ହେଉଛନ୍ତି ଗୁଣ୍ଡୁରୁଛୁଆଁ ଗ୍ରାମର ତାପସ କୁମାର ନାୟକ ଓ ତାଙ୍କର ସମ୍ପର୍କୀୟ ପ୍ରତାପ ପଟେଲ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ତାପସ କୁମାର ଓ ସମ୍ପର୍କୀୟ ପ୍ରତାପ ପଟେଲ ଏକ କାର ଯୋଗେ ନାକଟିପାଲି ନାଳ ପାର ହେଉଥିଲେ । ଏହି ସମୟରେ ନାଳର ପୋଲ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ପ୍ରଖର ସ୍ରୋତରେ କାର ସହ ଉଭୟ ଭାସି ଯାଇଥିଲେ। ଏନେଇ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ରାତି ତମାମ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳ ସମୟରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।