ଏସବୁ ଜିଲ୍ଲାରେ କ୍ଲିନସ୍ୱିପ

ଏସବୁ ଜିଲ୍ଲାରେ କ୍ଲିନସ୍ୱିପ

ଏସବୁ ଜିଲ୍ଲାରେ କ୍ଲିନସ୍ୱିପ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଶେଷଦିନ ହୋଇଥିବାବେଳେ ଏଯାବତ ଅନେକ ଜିଲ୍ଲାରେ ବିଜେଡ଼ି କ୍ଲିନସ୍ୱିପ କରିବାରେ ସମର୍ଥ ହୋଇଛି । ଯାହାକି ବିରୋଧୀଙ୍କୁ ଶକ୍ତ ଝଟକା ଦେଇଥିବାବେଳେ ବିଜୁ ଜନତା ଦଳ ତାହାର ଦମ ଜୋରଦାର ଦେଖାଇଛି ।

ଭଦ୍ରକରେ ୨୮ ଜିଲ୍ଲା ପରିଷଦ ଆସନ ଥିବାବେଳେ ୧୬ଟି ଆସନର ଗଣତି ହୋଇଛି । ଯେଉଁଥିରୁ ବିଜେଡ଼ି ୯ ଆସନରେ ଜିତିଥିବାବେଳେ ୭ ଆସନରେ ଆଗୁଆ ରହିଛି । ଦେବଗଡ଼ର ୭ ଆସନ ମଧ୍ୟରୁ ୬ ଆସନରେ ଗଣତି ହୋଇଛି  । ସେଥିମଧ୍ୟରୁ ବିଜେଡ଼ି ୩ଟିରେ ବିଜୟୀ ହୋଇଥିବାବେଳେ ୩ଟିରେ ଆଗୁଆ ଥିବା ଜଣାପଡ଼ିଛି । ଗଞ୍ଜାମର ୬୯ ଆସନ ମଧ୍ୟରୁ ୪୪ ଆସନରେ ଗଣତି ହୋଇଛି । ବିଜେଡ଼ି ୨୨ ଆସନରେ ବାଜିମାତ କରିଥିବାବେଳେ ୨୨ ଆସନରେ ଆଗୁଆ ରହିଛି । ଜଗତସିଂହପୁରର ୨୬ ଆସନ ମଧ୍ୟରୁ ୧୬ଟିରେ ଗଣତି ହୋଇଥିବାବେଳେ ବିଜେଡ଼ି ୮ ଆସନରେ ବାଜିମାତ କରିଛି । ଆଉ ୮ ଆସନରେ ଆଗୁଆ ରହିଛି । ଯାଜପୁରର ୩୯ ଆସନ ମଧ୍ୟରୁ ୨୨ଟିରେ ଗଣତି ହୋଇଥିବାବେଳେ ବିଜୁ ଜନତା ଦଳ ୧୧ ଆସନରେ ବାଜିମାତ କରିଥିବାବେଳେ ୧୧ ଆସନରେ ଅଗ୍ରଣୀ ହାସଲ କରିଛି । ଝାରସୁଗୁଡ଼ାର ୯ ଆସନ ମଧ୍ୟରୁ ୮ ଆସନରେ ଗଣତି ହୋଇଛି  । ବିଜୁ ଜନତା ଦଳ ୮ ଆସନରେ ଆଗୁଆ ରହିଛି  । କେନ୍ଦ୍ରାପଡ଼ାର ୨୨ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୯ଟିରେ ଭୋଟ ଗଣତି ହୋଇଛି  । ବିଜେଡ଼ି ୧୦ ଆସନରେ ଜିତିଥିବାବେଳେ ୯ ଆସନରେ ଆଗୁଆ ରହିଛି  । ନୂଆପଡ଼ାର ୧୪ ଆସନରୁ ୧୦ଟିରେ ଗଣତି ହୋଇଛି। ବିଜେଡ଼ି ୫ ଆସନରେ ଜିତିଥିବାବେଳେ ୫ଟିରେ ଆଗୁଆ ରହିଛି  । ସେହିପରି ପୁରୀରେ ୩୩ ଆସନ ମଧ୍ୟରୁ ୨୨ ଆସନରେ ଗଣତି ହୋଇଛି  । ଯେତେବେଳେକି ବିଜେଡ଼ି ୧୧ ଆସନରେ ଜିତିଥିବାବେଳେ ୧୧ ଆସନରେ ଆଗୁଆ ଥିବା ଜଣାପଡ଼ିଛି ।