୫୧୭ ଜୋନ ଜିତିସାରିଲାଣି ବିଜେଡି

୫୧୭ ଜୋନ ଜିତିସାରିଲାଣି ବିଜେଡି

୫୧୭ ଜୋନ ଜିତିସାରିଲାଣି ବିଜେଡି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଶେଷ ଦିନ  । ତେବେ ଭୋଟ ଗଣତି ଆରମ୍ଭରୁ ବିଜେଡ଼ି ଅଦ୍ଭୂତପୂର୍ବ ବିଜୟ ହାସଲ କରିବାରେ ସମର୍ଥ ହୋଇଛି  । ଦୁଇଦିନ ଧରି ଏକପାଖିଆ ଭାବେ ବିରୋଧୀ ବିଜେପି ଓ କଂଗ୍ରେସକୁ ଧରାଶାୟୀ କରି ଆସୁଥିବା ବିଜେଡ଼ି ତୃତୀୟ ଦିନରେ ବି ସମାନ ସଫଳତା ହାସଲ କରିବା ନିଶ୍ଚିତ ହୋଇସାରିଛି  । ଏଯାବତ ବିଜୁ ଜନତା ଦଳ ୫୧୭ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୩୧ଟି ଓ କଂଗ୍ରେସ ୨୯ଟି ଆସନରେ ବାଜିମାତ କରିଛି  । ଏବେବି ବିଜେଡ଼ି ଅନେକ ଆସନରେ ଆଗୁଆ ଥିବାରୁ ଦଳ ୫୫୪ ଆସନରେ ଜିତିବା ସୁନିଶ୍ଚିତ ହୋଇସାରିଛି  । ଆଜିର ଫଳାଫଳ ବି ବିଜେଡ଼ି ପାଇଁ ଭଲ ହେବାର ଥିବାରୁ ଦଳ ୭୫୦ ସଂଖ୍ୟା ଛୁଇଁବାର ସମ୍ଭାବନା ରହିଛି  ।

ଚଳିତ ପଞ୍ଚାୟତ ନିର୍ବାଚନରେ ବିରୋଧୀ ବିଜେପି ଓ କଂଗ୍ରେସ ମାଟି କାମୁଡ଼ି ପକାଇଛନ୍ତି  । ସବୁଠାରୁ ବେଶୀ ଝଟକା ବିଜେପିକୁ ଲାଗିଛି  । ୨୦୧୭ ପଞ୍ଚାୟତ ନିର୍ବାଚନରେ ଚମକାଇବା ଭଳି ସଫଳତା ହାସଲ କରିଥିବା ବିଜେପି ଲଜ୍ଜାଜନକ ପରାଜୟ ବରଣ କରିଛି  । ରଣନୀତି ଓ ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ବିଜେପି ସବୁ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିଛି  । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଏକ ରେକଡର଼୍ ସୃଷ୍ଟି କରିବାକୁ ଯାଉଛି  । ଦୀର୍ଘ ୨୨ ବର୍ଷର ଶାସନ କାଳରେ ବିଜେଡ଼ି ସର୍ବାଧିକ ଆସନରେ ବାଜିମାତ କରିବା ସ୍ପଷ୍ଟ ହୋଇଯାଇଛି  ।

ଅପରପକ୍ଷରେ ତୃତୀୟ ଦିନର ଗଣତି ଆରମ୍ଭ ହୋଇଯାଇଛି  । ଦିନ ୧୨ଟା ବେଳକୁ ଆଜିର ଟ୍ରେଣ୍ଡ ଆସିବ ବୋଲି ଅନୁମାନ କରାଯାଉଛି  ।