କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଦମଦାର ଭାଷଣ, ଖୋଲି ଦେଲେ ବିଜେପି ପୋଲ

କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଦମଦାର ଭାଷଣ, ଖୋଲି ଦେଲେ ବିଜେପି ପୋଲ

କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଦମଦାର ଭାଷଣ, ଖୋଲି ଦେଲେ ବିଜେପି ପୋଲ
କଟକ : ଆଜି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ମାହାଙ୍ଗା ନିର୍ବାଚନ ମଣ୍ଡଳରେ ବିଶାଳ ଗଣ ବିକ୍ଷୋଭ ଆାୟୋଜନ କରାଯାଇଥିଲା । ଏହି ଗଣ ବିକ୍ଷୋପରେ ବିଶାଳ ଜନସମାଗମ ହୋଇଥିଲେ । ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ବେଣୁଧର ପାତ୍ର, ସ୍ଥାନୀୟ ନେତା ଦେବେନ୍ଦ ସାହୁ ପ୍ରମୁଖ୍ୟ ଏହି ଗଣ ବିକ୍ଷୋଭରେ ସାମିଲ ହୋଇଥିଲେ । ମାହାଙ୍ଗାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା , ହତ୍ୟା ଲୁଣ୍ଠନ ବିରୁଦ୍ଧରେ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରେ ଜିଲ୍ଲା ସଭାପତି ମାନସ ଚୌଧୁରୀ ନିଜ ଅଭିଭାଷଣ ଦେଇ କହିଛନ୍ତି ଯେ , ପିିିସିସି ସଭାପତିଙ୍କ ଆହ୍ୱାନ କ୍ରମରେ ଓଡିଶା ବନ୍ଦକୁ ଆମେ ଏକ ନୂଆ ରୂପରେ ପାଳନ କରିଥିଲୁ । ରୋଡରେ ଟାୟର ଜାଳିବା ନାହିଁ । ଚକଲ୍ଲେଟ ଓ ଗୋଲାପ ଫୁଲ ଦେଇ ଲୋକଙ୍କୁ ହାତ ଯୋଡି ନିବେଦନ କରି ବନ୍ଦ ପାଳନ କରିଛୁ । ଓଡିଶା ବନ୍ଦ ପାଳନକୁ ସଫଳ କରାଇଥିବାରୁ ଆପଣ ମାନଙ୍କୁ ପିପିସି ସଭାପତିଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି । କୃଷକ ଓ ଆଇନ ଶୃଙ୍ଖଳା ପାଇଁ ଆମେ ଏଠାରେ ସଭା ଡାକିଛୁ । କୃଷକଙ୍କ ପାଇଁ ୫୦୦ କ୍ୱୁଇଂଟାଲ ଟୋକନ ଦିଆଯାଇଥିଲେ ମଧ୍ୟ ୨୦୦ କ୍ୱୁଇଂଟାଲ ଧାନ ନେଇଛନ୍ତି । ଆମେ ହାତ ଯୋଡି ଅନୁରୋଧ କରୁଛୁ ଯେଉଁ କୃଷକଙ୍କ ପାଇଁ ଟୋକନ ଦିଆଯାଇଛି ସେମାନଙ୍କଠୁ ଧାନ ନିଅନ୍ତୁ ବୋଲି ଶ୍ରୀ ଚୌଧୁରୀ କହିଥିଲେ । ମଣ୍ଡିରୁ ୫୦୦ କ୍ୱୁଇଂଟାଲ ଧାନ ଉଠାଇବା ପାଇଁ ଶ୍ରୀ ଚୌଧୁରୀ କହିଛନ୍ତି । ବଳକା ଥିବା ଧାନ ନ ଉଠାଇଲେ ତହସିଦାରଙ୍କ ଶାନ୍ତିରେ ବସାଇ ଦିଆଯିବ ନାହିଁ ବୋଲି କଡା ଚେତାବନି ଦେଇଛନ୍ତି ଶ୍ରୀ ଚୌଧୁରୀ । ଏହା ସହିତ ମାହାଙ୍ଗାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ସ୍ୱର ଉଠାଇ ମାନସ ଚୌଧରୀ କହିଛନ୍ତି ଯେ, ମାହାଙ୍ଗାରେ ଆଇନ ଭୁଷୁଡି ପଡିଛି । ଏଠାରେ ପାଂଚ ପାଂଚ ଟା ହତ୍ୟା କରାଯାଇଛି ବୋଲି ଆରୋପ କରିଛନ୍ତି । ମାହାଙ୍ଗାରେ ଆଇନ ଶୃଙ୍ଖଳା ସୃଦୁଢ ହୋଇପାରିଲା ନାହିଁ । ମାହାଙ୍ଗାରେ ହତ୍ୟା କଲା କିଏ, ହତ୍ୟାର ଘଂଟ ଘୋଡାଇଲା କିଏ, ହତ୍ୟା କରାଯାଇଥିବା ଲୋକଙ୍କୁ ମାରିଲା କିଏ, ଆପଣ ମାନେ ସମସ୍ତେ ଜାଣିଛନ୍ତି । ଯେତେବେଳେ କୁଳମଣୀ ବରାଳଙ୍କ ହତ୍ୟା ହେଲା ତା ପରଦିନ ଆସି ଆମେ ତାଙ୍କ ଘର ଲୋକ ସହିତ ଠିଆ ହୋଇଛୁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ଉପରେ ଆରୋପ ଲଦିଛନ୍ତି ଶ୍ରୀ ଚୌଧୁରୀ । ନିରଞ୍ଜନ ପଟ୍ଟନାୟକଙ୍କ ପୁଅଭଳି ପ୍ରକାଶ ବେହେରା ଥିଲେ । କଂଗ୍ରେସକୁ ବିକି ଭାଙ୍ଗି ବିଜେପିରେ ଯାଇ ମିଶିଛନ୍ତି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । କୁଳମଣୀ ବରାଳ ହତ୍ୟା ପାଇଁ ଅନେକ କାମ କରିଥିଲେ ବିଜେଡି ସହିତ ହାତ ମିଳାଇ ହତ୍ୟା ଘଟଣା ରହସ୍ୟକୁ ଘୋଡାଇ ଦେଛଇନ୍ତି । ପ୍ରକାଶ ବାବୁ ବିଜେଡି ନେତାଙ୍କ ଠାରୁ ପଇସା ଖାଇ ଚୁପଚାପ ବସିଛନ୍ତି ବୋଲି ଆରୋପ କରିଛନ୍ତି ମାନସ ଚୌଧୁରୀ । କୁଳମଣୀ ବରାଳ କଂଗ୍ରେସର ଥିଲେ । ତାଙ୍କ ପୁଅ କଂଗ୍ରେସରେ ମିଶିଲେ ଆମେ ଖୁସି ହେବୁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।