କପଡ଼ା ମାସ୍କ ପିନ୍ଧିବାକୁ କହିଲା କେନ୍ଦ୍ର

କପଡ଼ା ମାସ୍କ ପିନ୍ଧିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ମାସ୍କ ପରିଧାନ ସମ୍ପର୍କିତ ଏକ ବଡ଼ ଖବର ଆସିଛି । ତାହା ହେଲା ଏନ୯୫ ଭାଲବ ଥିବା ମାସ୍କ ବ୍ୟବହାରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପକ୍ଷରୁ ବାରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟସେବା ଡିଜି ପ୍ରଫେସର ରାଜୀବ ଗର୍ଗ ଚିଠି କରିଛନ୍ତି । ଭାଲବ ଥିବା ଏନ୯୫ ମାସ୍କ ଭୂତାଣୁ ରୋକିବାରେ ଅସମର୍ଥ ବୋଲି ସ୍ୱାସ୍ଥ୍ୟସେବା ଡିଜି ପ୍ରଫେସର ରାଜୀବ ଗର୍ଗ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ସଂକ୍ରମିତଙ୍କ ଠାରୁ ଭାଲବ ବାଟ ଦେଇ ଭୂତାଣୁ ବାହାରିଯିବା ସମ୍ଭାବନା ରହିଛି । ତେଣୁ ଏନ୯୫ ମାସ୍କ ବ୍ୟବହାର ନକରି ଘର ତିଆରି କପଡ଼ା ମାସ୍କ ବ୍ୟବହାର କରିବାକୁ ସେ ମରାମର୍ଶ ଦେଇଛନ୍ତି ।