କମ୍ବିଂ ଅପରେସନ, ୨୧ କିଲୋ ଜିଲୋଟିନ ଜବତ

କମ୍ବିଂ ଅପରେସନ, ୨୧ କିଲୋ ଜିଲୋଟିନ ଜବତ

କମ୍ବିଂ ଅପରେସନ, ୨୧ କିଲୋ ଜିଲୋଟିନ ଜବତ
ମାଲକାନଗିରି : ମାଲକାନଗିରି ବିଏସଏଫ ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି । କମ୍ବିଂ ଅପରେସନରେ ଯବାନମାନେ ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରୁ ୨୧ କିଲୋ ଜିଲୋଟିନ ଜବତ କରିଛନ୍ତି । ୭୬ ବିଏସଏଫ ବାଟାଲିୟନର ଯବାନ କମ୍ବିଂ ଅପରେସନ କରୁଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ଖବର ପାଇଥିଲେ । ପରେ ସଂପୃକ୍ତ ସ୍ଥାନରେ ପହଞ୍ଚô ବସ୍ତାରେ ଭର୍ତ୍ତି ହୋଇ ପାହାଡ଼ ନିକଟରେ ଲୁଚାଯାଇଥିବା ଜିଲୋଟିନକୁ ଯବାନ ଜବତ କରିଥିଲେ । ନକ୍ସଲମାନେ ଏହାକୁ ଲ୍ୟାଣ୍ଡମାଇନରେ ବ୍ୟବହାର କରି ପୁଲିସକୁ ଟାର୍ଗେଟ କରି ଅଘଟଣ ଘଟାଇବାକୁ ଯୋଜନା କରିଥିବା ସନେ୍ଦହ କରାଯାଉଛି ।