କରୋନାରେ ଯେତେ ମୁଟେସନ ଆସିଲେ ଚିନ୍ତା ନାହିଁ!

କରୋନାରେ ଯେତେ ମୁଟେସନ ଆସିଲେ ଚିନ୍ତା ନାହିଁ!

କରୋନାରେ ଯେତେ ମୁଟେସନ ଆସିଲେ ଚିନ୍ତା ନାହିଁ!
ଲଣ୍ଡନ: ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଭାଇରସର ଯେତେ ମୁ୍ୟଟେସନ ଆସିବ, ସେତେ ଭଲ । ଭାଇରସ ସମାୟାନୁକ୍ରମେ ନିଜର ଜିନ ସଂରଚନାରେ ପରିବର୍ତ୍ତନ କରିବା ସହିତ ଅନେକ କ୍ଷମତା ବକଶିତ କରିଥାଏ । ଏହାକୁ ମୁ୍ୟଟେସନ୍ସ କୁହାଯାଏ । ବିଶେଷଜ୍ଞଙ୍କ ଅନୁସାରେ ଭାଇରସର ଯେତେ ମୁ୍ୟଟେସନ୍ସ ଆସିବ, ତାହାର ମାରାତ୍ମକତା କ୍ରମଶଃ କମିବ । ଅର୍ଥାତ ଏହା ଯୋଗୁଁ ଆଉ ବେଶି ଲୋକ ଗୁରୁତର ହେବେ ନାହିଁ କି ମୃତୁ୍ୟବରଣ କରିବେ ନାହିଁ । କାରଣ ଭାଇରସ ସବୁବେଳେ ଯାହାକୁ ସଂକ୍ରମିତ କରାଏ, ତାହା ଦେହରେ ରହିବାକୁ ଚାହେଁ ଏବଂ ସେଠାରେ ଖାଦ୍ୟ ସଂଗ୍ରହ କରେ । ତେଣୁ ସେଇ ବ୍ୟକ୍ତି ଜୀବିତ ରହିଲେ ହିଁ ଭାଇରସ ପାଇଁ ବି ଭଲ । ଏବେ ଆମେରିକା, ୟୁରୋପ ଏବଂ ଏସିଆ ମହାଦେଶର କିଛି ଭାଗରେ କରୋନା ଭାଇରସର ଏକ ମୁ୍ୟଟେସନ ବ୍ୟାପୁଛି ଯାହାକୁ ଡି୬୧୪ ଜି ବୋଲି କୁହାଯାଉଛି । ଏହା ୧୦ ଗୁଣ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । କିନ୍ତୁ ଗବେଷକମାନେ ମତ ଦେଇଛନ୍ତି ଯେ ଏହି ମୁ୍ୟଟେସନ ବ୍ୟାପିବା ସମ୍ପର୍କରେ ସୂଚନା ମିଳୁଥିଲା ବେଳେ ବିଭିନ୍ନ ଦେଶରେ କରୋନା ଜନିତ ମୃତୁ୍ୟହାର ବି କମୁଛି । ତେଣୁ ଏହି ଭାଇରସ ଯଦିଓ ଅଧିକ ସଂକ୍ରାମକ ଅଟେ କିନ୍ତୁ ମାରାତ୍ମକ ନୁହେଁ ।