ବିଶ୍ୱ ଅନାଥ ଦିବସ

ବିଶ୍ୱ ଅନାଥ ଦିବସ

ବିଶ୍ୱ ଅନାଥ ଦିବସ
ପ୍ରତିବର୍ଷ ନଭେମ୍ବର ଦ୍ୱିତୀୟ ସୋମବାରରେ ଅନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଉଛି ‘ବିଶ୍ୱ ଅନାଥ ଦିବସ’ । ଯୁଦ୍ଧ, ମରୁଡ଼ି, ଦେଶାନ୍ତର, ମହାମାରୀ ଓ ଦାରିଦ୍ର୍ୟ ଆଦି କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶିଶୁ ପିତାମାତାଙ୍କୁ ହରାଇ ଅନାଥ ହେଉଛନ୍ତି । ସେମାନଙ୍କ ଯତ୍ନ ନେବା, ସେମାନଙ୍କ ପ୍ରତି ଧ୍ୟାନ ଦେବା, ଏହି ଦିବସ ପାଳନର ଲକ୍ଷ୍ୟ । ‘ୟୁନିସେଫ’ ଅନୁଯାୟୀ ବିଶ୍ୱରେ ଅନାଥ ଶିଶୁଙ୍କ ସଂଖ୍ୟା ୧୫.୩ କୋଟି । ଏହି କ୍ଷେତ୍ରରେ ଆଗରେ ଅଛି ଆମ ଦେଶ ଭାରତରେ ଅନାଥଙ୍କ ସଂଖ୍ୟା ପ୍ରାୟ ଦୁଇ କୋଟି । ଉଲ୍ଲେଖଯୋଗ୍ୟ ଯେ, ଇତିହାସର ପ୍ରଥମ ଅନାଥାଶ୍ରମ ରୋମାନମାନଙ୍କ ଦ୍ୱାରା ୪୦୦ ଶତାବ୍ଦୀରେ ପ୍ରତିଷ୍ଠା କରାଯାଇଥିଲା । ଏହ ପୂର୍ବରୁ ଅଠୀ ବର୍ଷ ହେବା ଯାଏ ଅନାଥଙ୍କ ଦାୟିତ୍ୱ ରାଷ୍ଟ୍ର ଗ୍ରହଣ କରିବା ପାଇଁ ଜୁଇସ୍ ଓ ଏଥିନିଆନ ଆଇନରେ ବ୍ୟବସ୍ଥା ଥିଲା । ଚିନ୍ତକ-ଦାର୍ଶନିକ ପ୍ଲାଟୋ ଏ ସମ୍ପର୍କରେ କହିଥିଲେ, ଅନାଥଙ୍କ ଯତ୍ନ ନେବା ରାଷ୍ଟ୍ରର ନାୟିତ୍ୱ । ମଧ୍ୟଯୁଗୀୟ ଇଉରୋପରେ ଗିର୍ଜା ବ୍ୟବସ୍ଥା ସହ ସମ୍ପୃକ୍ତ କର୍ତ୍ତୃପକ୍ଷ ଅନାଥଙ୍କ ଯତ୍ନ ନେଉଥିଲେ । ଅନାଥମାନେ ଭୋଗୁଥିବା କଷ୍ଟ ବାବଦରେ ବ୍ୟଥିତ ହୋଇ ବିଟି୍ରସ ଲେଖକ ଚାର୍ଲସ ଡିକେନସ ରଚନା କରିଥିଲେ ‘ଅଲିଭର ଟୁଇଷ୍ଟ’ ଉପନ୍ୟାସ ।