କରୋନା ପାଇଁ ପୁରୁଷ ହରାଇ ପାରନ୍ତି ଯୌନ କ୍ଷମତା!
କରୋନା ପାଇଁ ପୁରୁଷ ହରାଇ ପାରନ୍ତି ଯୌନ କ୍ଷମତା!
admin
Dec 8, 2020 - 09:44
Updated: Dec 8, 2020 - 09:44
ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ବ୍ୟକ୍ତିମାନଙ୍କ ଠାରେ ପରବର୍ତ୍ତୀ ପର୍ୟ୍ୟାୟରେ ବିଭିନ୍ନ ପ୍ରକାର ଜଟିଳ ସମସ୍ୟା ଦେଖାଦେଉଛି । ଏସବୁ ସମସ୍ୟା ଦୀର୍ଘଦିନ ପାଇଁ ମଧ୍ୟ ରହୁଛି । ଯଦିଓ କରୋନା ଚିକିତ୍ସା ଅନେକ ଅଗ୍ରଗତି ଘଟିଛି ଏବଂ ଟିକା ଆସିବା ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି ତଥାପି ଲୋକମାନେ ଏହି ମହାମାରୀର ଜଟିଳତା ସମ୍ପର୍କରେ ସଚେତନ ହେବା ଆବଶ୍ୟକ । ଅନ୍ୟାନ୍ୟ ରୋଗ ସହିତ ପୁରୁଷମାନେ ସେମାନଙ୍କ ଯୌନ କ୍ଷମତା ମଧ୍ୟ ହରାଇ ପାରନ୍ତି।
ଏହି ଭୂତାଣୁ ଆପଣଙ୍କ ଯୌନ କ୍ଷମତାରେ ଜଟିଳ ସମସ୍ୟା ସୃଷ୍ଟ କରିପାରେ ବୋଲି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ନେତା ଗ୍ରେସନ ସତର୍କ କରାଇ ଦେଇଛନ୍ତି । ଗ୍ରେସନ କହିଛନ୍ତି, ଶରୀରରେ ଧମନୀରେ କରୋନା ମହାମାରୀ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ । ଏହା ହିଁ ବାସ୍ତବ ଚିନ୍ତାର ବିଷୟ । କେବଳ କରୋନା ଭୂତାଣୁ ଆପଣଙ୍କୁ ମାରିପାରେ ନାହିଁ, ଶରୀରରେ ଆଜୀବନ ଅନେକ ଜଟିଳ ସମସ୍ୟା ସୃଷ୍ଟ କରିପାରେ ବୋଲି ସେ କହିଛନ୍ତି ।