କର୍କଟ ରାଶିରେ ଶୁକ୍ରଙ୍କ ପ୍ରବେଶ, ଜାଣନ୍ତୁ କେଉଁ ରାଶିରେ କ’ଣ ରହିବ ପ୍ରଭାବ

କର୍କଟ ରାଶିରେ ଶୁକ୍ରଙ୍କ ପ୍ରବେଶ, ଜାଣନ୍ତୁ କେଉଁ ରାଶିରେ କ’ଣ ରହିବ ପ୍ରଭାବ

କର୍କଟ ରାଶିରେ ଶୁକ୍ରଙ୍କ ପ୍ରବେଶ, ଜାଣନ୍ତୁ କେଉଁ ରାଶିରେ କ’ଣ ରହିବ ପ୍ରଭାବ
କର୍କଟ ରାଶିରେ ଶୁକ୍ରଙ୍କ ପ୍ରବେଶ, ଜାଣନ୍ତୁ କେଉଁ ରାଶିରେ କ’ଣ ରହିବ ପ୍ରଭାବ ସେପଟେମ୍ବର ମାସ ପ୍ରଥମ ତାରିଖ ତଥା ମଙ୍ଗଳବାର ଦିନ ଦ୍ୱିପହ ୨ଟା ୧୮ ମିନିଟରେ ଶୁକ୍ର ଗ୍ରହ କର୍କଟ ରାଶୀରେ ପ୍ରବେଶ କରିବେ । ଉକ୍ତ ରାଶିରେ ସେପଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ରହିବେ । ଉକ୍ତ ରାଶିରେ ଶୁକ୍ର ପ୍ରାୟ ଏକ ମାସ ଯାଏଁ ରହିବେ । ତେବେ ଜାଣିବା ଶୁକ୍ରଙ୍କର ରାଶି ପରିବର୍ତ୍ତନ କେଉଁ ରାଶିରେ କ’ଣ ପ୍ରଭାବ ପକାଉଛି । ମେଷ : ମେଷ ରାଶିରେ ଶୁକ୍ରଙ୍କ ପ୍ରବେଶ ରାଶି ପାଇଁ ଶୁଭ ଫଳ ପ୍ରଦାନ କରିବ । ଯଦି ଆପଣ ବହୁତ ସମୟ ହେଲା ଘର ନେବାକୁ ପ୍ଲାନ କରୁଛନ୍ତି ତେବେ ଏହି ସମୟରେ ଆପଣଙ୍କ ଚେଷ୍ଟା ସଫଳ ହେବ । କିନ୍ତୁ କିଛି କଷ୍ଟ ମଧ୍ୟ ଭୋଗିବାକୁ ପଡ଼ିବ । ମାତା ଅବା ମାତା ସମାନ ମହିଳାଙ୍କ ସହିତ ମତଭେଦ ହୋଇପାରିବ । କିନ୍ତୁ ଘରେ ହସ ଖୁସିର ମାହୋଲ ରହିବ । ବୃଷ : ବୃଷ ରାଶିରେ ଶୁକ୍ରର ପ୍ରବେଶ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହେବ । ବନ୍ଧୁଙ୍କ ସହିତ ଆପଣ ବହୁତ ମସ୍ତି କରିବେ । ଗାଡ଼ି ନେବାକୁ ଚାହୁଁଥିଲେ ଏହି ସମୟରେ ନେଇପାରିବେ । କିନ୍ତୁ ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବେ । ନାଚ, ଗୀତ କଳାରେ ଆପଣଙ୍କ ରୁଚି ବଢ଼ିପାରେ । ମିଥୁନ : ମିଥୁନ ରାଶିରେ ଶୁକ୍ରର ପ୍ରବେଶ ଦ୍ୱିତୀୟ ଭାଗରେ ରହିବ । ଫଳରେ ଆପଣଙ୍କ ଧନ ବୃଦ୍ଧି ଘଟିବ । ତର୍କ ଶକ୍ତି ବୃଦ୍ଧି ଘଟିବ । ଆପଣଙ୍କ ଯେଉଁ ନିର୍ଣ୍ଣୟ ନେବେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେବ । ସ୍ୱାଦିଷ୍ଟ ଭୋଜନ ଆଡକୁ ଆପଣଙ୍କ ରୁଚି ରହିବ । ଘରେ ସୁଖ ସମ୍ବୃଦ୍ଧି ବୃଦ୍ଧି ପାଇବ । ସରକାରୀ ଉଚ୍ଚ ଅଧିକାରୀଙ୍କ ଠାରୁ ଲାଭ ମିଳିବ । ଜୀବନସାଥୀଙ୍କ ପାଖରୁ ସୁଖ ପ୍ରାପ୍ତି କରିବେ ଓ ମାନସମ୍ମାନ ପାଇବେ । କର୍କଟ : ଆପଣଙ୍କ ଧ୍ୟାନ ଭୋଗ ବିଳାସ ପ୍ରତି ଅଧିକ ରହିବ । ସୁନ୍ଦର ବସ୍ତ୍ର ଓ ଆଭୂଷଣ ପ୍ରତି ଆପଣଙ୍କ ରୁଚି ବଢ଼ିବ । ଏହି ସମୟରେ ସନ୍ତାନ ସୁଖ ପ୍ରାପ୍ତି ହେବ । ସିଂହ : ଭୋଗ ବିଳାସରେ ଧନ ଖର୍ଚ୍ଚ କରିବେ । ଆପଣଙ୍କ ଆଖପାଖ ଲୋକ ପ୍ରତି ଆପଣଙ୍କ ମନରେ ପ୍ରତିଦ୍ୱନ୍ଦିତା ଭାବ ବଢ଼ିବ । ଆପଣ ନିଜ ଲୋକଙ୍କୁ ବିରୋଧ କରିବେ । ଆପଣଙ୍କର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ । କନ୍ୟା : ଆପଣଙ୍କ ଆୟରେ ବୃଦ୍ଧି ଘଟିବ । ଚାକିରିରେ ପ୍ରମୋସନ ମିଳିବ । ଯାହାବି ପ୍ରୟାସ କରିବେ ସେଥିରେ ସଫଳ ପାଇବେ । ମାନ ସମ୍ମାନ ପାଇବେ । ଆପଣ ଆଶା ରଖିନଥିବା କାର୍ଯ୍ୟରେ ଲାଭ ପ୍ରାପ୍ତି ହେବ । କହିବାକୁ ଗଲେ ଆପଣଙ୍କୁ ସମସ୍ତ ପ୍ରକାର ଖୁସି ଓ ସମ୍ବୃଦ୍ଧି ପ୍ରାପ୍ତି ହେବ । ତୁଳା : ଆପଣ ବହୁତ ଅସୁବିଧା ଦେଇ ଗତି କରିବେ । ମାନସିକ ଅଶାନ୍ତି ଦେଖାଯିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଯିବ । ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦେଖାଯିବ । ବିଭିନ୍ନ କଥାକୁ ନେଇ ଲୋକଙ୍କ ସହିତ ଝଗଡ଼ା ବି ହୋଇପାରେ । ତେଣୁ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ । ବିଛା : ଧର୍ମ କାର୍ଯ୍ୟ ପ୍ରତି ମନୋନିବେଶ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ସେଥିରୁ ଆରାମ ମିଳିବ । ଧନପ୍ରାପ୍ତି ହେବ । ଆପଣଙ୍କ ମିତ୍ରତା ଧନି ଲୋକଙ୍କ ସହିତ ହେବ । ଫଳରେ ଆପଣଙ୍କ ଉନ୍ନତି ଘଟିବ । ଅବିବାହିତ ବ୍ୟକ୍ତିଙ୍କର ବିବାହ ପ୍ରସ୍ତାବ ଆସିବ । ଧନୁ : ଅବିବାହିତ ଥିଲେ ବିବାହ ସମ୍ପନ୍ନ ହେବ । ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବେ । ଆର୍ଥିକ ସମସ୍ୟା ଦେଖାଯିବ ନାହିଁ । ସମାଜରେ ଆପଣଙ୍କ ମନସମ୍ମାନ ବଢ଼ିବ । ଆପଣଙ୍କ ମା’ଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଇପାରେ । ମକର : ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ ମତାନ୍ତର ହେବ । ପରିବାର ଲୋକଙ୍କ ସହିତ ସବୁବେଳେ କିଛି ନା କିଛି କଥାରେ ଝଗଡ଼ା ହେବ । ଗୁପ୍ତରୋଗରେ ପିଡ଼ୀତ ହେବାର ଆଶଙ୍କା ମଧ୍ୟ ରହିଛି । ଯଦି ଆପଣ ମଧୁମେହ ରୋଗୀ ତେବେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । କୁମ୍ଭ : ମନ ସବୁବେଳେ ଅସ୍ଥିର ରହିବ । ବିନା କାରଣରେ ଦୌଡ଼ା ଦୌଡ଼ି କରିବେ । ଆପଣଙ୍କ ଜୀବନସାଥୀ ବି ଆପଣଙ୍କୁ ନିଜ ଶତ୍ରୁ ପରି ଲାଗିବ । ଅକାରଣ ଭୟ ମନରେ ବସା ବାନ୍ଧିବ । ମିନ : ଯଦି ଆପଣ ରାଜନୀତିରେ ସକ୍ରିୟ ଅଛନ୍ତି ଆପଣଙ୍କୁ ମନ୍ତ୍ରୀ ପଦ ପ୍ରାପ୍ତିର ଯୋଗ ରହିଛି । ଜୀବନସାଥୀ ସମସ୍ତ ପରିସ୍ଥିତିରେ ଆପଣଙ୍କୁ ସହଯୋଗ କରିବେ । ପ୍ରେମ ଜନିତ ସମ୍ପର୍କ ମଜବୁତ ହେବ ।