କଳା ସାରଙ୍କ କଳା କାରନାମା , ୪ ଯୁବତୀଙ୍କୁ କରିଛନ୍ତି ବିବାହ

କଳା ସାରଙ୍କ କଳା କାରନାମା , ୪ ଯୁବତୀଙ୍କୁ କରିଛନ୍ତି ବିବାହ

କଳା ସାରଙ୍କ କଳା କାରନାମା , ୪ ଯୁବତୀଙ୍କୁ କରିଛନ୍ତି ବିବାହ
ଭୁବନେଶ୍ୱର : କଳା ସାରଙ୍କ କଳା କାରନାମାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ସଂପୃକ୍ତ ଶିକ୍ଷକ ୪ ଜଣଙ୍କ ବିବାହ କରିଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଏତଲା ପରେ ସଂପୃକ୍ତ ଆର୍ଟ ଟିଚରଙ୍କୁ ଉଠାଇ ପୋଲିସ ଉଠାଇ ଆଣିଛି । କଟକ ମହିଳା ଥାନାରେ ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖି ଜେରା ଚାଲିଛି । ସାଲେପୁର ଅଂଚଳର ଏକ ସ୍କୁଲରେ କଳା ଶିକ୍ଷକ ଭାବେ ଅଛନ୍ତି । ୨୦୦୧ରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ପ୍ରଥମ ବିବାହ କରିଥିଲେ । ସେହିପରି ୨୦୦୮ରେ ଲୁଚାଛପାରେ ଆଉ ଜଣେ ଝିଅକୁ ବିବାହ କରିଥିଲେ । ପରେ ଲକଡାଉନ୍ ବେଳେ ଆଉ ୨ ଯୁବତୀଙ୍କୁ ମଧ୍ୟ ବାହା ହୋଇଥିଲେ । ପ୍ରଥମ ଏବଂ ୩ୟ ସ୍ତ୍ରୀ ଏକଥା ଜାଣିବା ପରେ ଥାନାରେ ଜଣାଇଥିଲେ । ଏତଲା ପରେ ଚତୁର୍ଥ ପତ୍ନୀ ପାଖରେ ରହୁଥିବା କଳା ସାରଙ୍କୁ ପୋଲିସ ଧରିଥିଲା ।