କାଶ୍ମୀର ରାଜ୍ୟପାଳଙ୍କ ବିବାଦୀୟ ବୟାନ : ଲୁଟେରାଙ୍କୁ ଗୁଳି କର

କାଶ୍ମୀର ରାଜ୍ୟପାଳଙ୍କ ବିବାଦୀୟ ବୟାନ : ଲୁଟେରାଙ୍କୁ ଗୁଳି କର

କାଶ୍ମୀର ରାଜ୍ୟପାଳଙ୍କ ବିବାଦୀୟ ବୟାନ : ଲୁଟେରାଙ୍କୁ ଗୁଳି କର
ଶ୍ରୀନଗର : ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବୟାନକୁ ନେଇ ଆଜି ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଏଠାରେ ଅନୁଷ୍ଠିତ ଏକ ସଭାରେ ସେ ଆତଙ୍କବାଦୀଙ୍କୁ ସମାଲୋଚନା କରିବା ସହିତ ପରାମର୍ଶ ଦେଇଛନ୍ତି, “ନିରୀହ ଲୋକମାନଙ୍କୁ ହତ୍ୟା କର ନାହିଁ । ଯଦି ମାରିବାକୁ ଚାହୁଁଛ, ତା ହେଲେ କାଶ୍ମୀରକୁ ଲୁଟୁଥିବଳ ଲୋକମାନଙ୍କୁ ହିଁ ହତ୍ୟା କର ।” ସେ ଆହୁରି କହିଲେ ଯେ ଆତଙ୍କବାଦୀମାନେ ଯାହାକୁ ଟାର୍ଗେଟ କରୁଛନ୍ତି, ସେମାନେ ହେଉଛନ୍ତି ନିରୀହ ସାମରିକ ଯବାନ ଏବଂ ପୁଲିସ କର୍ମଚାରୀ । କିନ୍ତୁ ଯେଉଁମାନେ କାଶ୍ମୀରକୁ ବର୍ଷ ବର୍ଷ ଧରି ଲୁଟି ଚାଲିଛନ୍ତି, ସେମାନଙ୍କର କୌଣସି କ୍ଷତି ହେଉନାହିଁ । ତେଣୁ ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଛାଡ଼ି ଲୁଟେରାମାନଙ୍କୁ ହିଁ ଗୁଳି କରି ହତ୍ୟା କରନ୍ତୁ । ତେବେ କିଛି ସମୟ ପରେ ସେ ଭୁଲଟିକୁ ବୁଝିବା ପରେ ରାଜ୍ୟପାଳ କହିଥିଲେ ଯେ ହିଂସା କୌଣସି ସମସ୍ୟାର ସମାଧାନ କରେ ନାହିଁ । ଶ୍ରୀଲଙ୍କାରେ ତାମିଲ ଉଗ୍ରପନ୍ଥୀମାନଙ୍କର ଉଦାହରଣ ଦେଇ ସେ କହିଲେ, ଶେଷରେ ଆତଙ୍କବାଦର ହିଁ ବିନାଶ ହେଲା । ତେଣୁ ଆତଙ୍କବାଦୀମାନେ ହିଂସା ଛାଡ଼ି ଶାନ୍ତି ପ୍ରକ୍ରିୟାରେ ସାମିଲ ହୁଅନ୍ତୁ ।