କିରନ୍ ରିଜ୍ଜୁଙ୍କ ନୃତ୍ୟକୁ ପ୍ରଶଂସା କଲେ ମୋଦୀ
କିରନ୍ ରିଜ୍ଜୁଙ୍କ ନୃତ୍ୟକୁ ପ୍ରଶଂସା କଲେ ମୋଦୀ
ନୂଆଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁଙ୍କ ନୃତ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ଅରୁଣାଚଳ ଗସ୍ତରେ ଯାଇଥିବା ସମୟରେ ରିଜ୍ଜୁ ଏକ ପ୍ରକଳ୍ପର ସମୀକ୍ଷା ପାଇଁ ଅରୁଣାଚଳ ପ୍ରଦେଶର କାଜଲଙ୍ଗ ଗ୍ରାମକୁ ଯାଇଥିଲେ । ସେହି ଗ୍ରାମର ଲୋକମାନେ ରିଜ୍ଜୁଙ୍କୁ ପାରମ୍ପରିକ ଗୀତ ଏବଂ ନୃତ୍ୟରେ ସ୍ୱାଗତ କରିଥିଲେ । ଏହି ଅବସରେ ରିଜ୍ଜୁ ଗ୍ରାମବାସୀଙ୍କ ସହ ନାଚିଥଲେ । ଏହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବାପରେ ଏହା ଭାଇରାଲ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାର ପ୍ରଶଂସା କରିଛନ୍ତି । ରିଜ୍ଜୁଙ୍କ ପୋଷ୍ଟକୁ ରିଟ୍ୱିଟ କରି ମୋଦୀ କହିଛନ୍ତି, ଆମ ଆଇନ ମନ୍ତ୍ରୀ ମଧ୍ୟ ଭଲ ନାଚି ଜାଣନ୍ତି । ଅରୁଣାଚଳ ପ୍ରଦେଶର ଏହି ସଂସ୍କୃତିକୁ ଦେଖି ଖୁବ ଖୁସି ଲାଗିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।




admin 