କେଶ ସମସ୍ୟା ପାଇଁ ଟିପସ ଦେଲେ ମଲାଇକା
କେଶ ସମସ୍ୟା ପାଇଁ ଟିପସ ଦେଲେ ମଲାଇକା
admin
May 12, 2021 - 07:23
Updated: May 12, 2021 - 07:23
ନିଜର ଫ୍ୟାନଙ୍କ ଲାଗି ସୋଶିଆଲ ମିଡ଼ିଆରେ ସଦାବେଳେ ଆକ୍ଟିଭ ରହୁଥିବା ମଲାଇକା ନିକଟରେ ସେ କୋଭିଡ-୧୯ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଭିନେତା ଅର୍ଜୁନ କପୁରଙ୍କ ସହ ତାଙ୍କର ସମ୍ପର୍କିକୁ ନେଇ ନାନା ଚର୍ଚ୍ଚା ଚାଲିଥିବାବେଳେ ସେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ ଚିନ୍ତିତ । ଶାରୀରିକ ପରିଶ୍ରମ ଉପରେ ଗୁରୁତ୍ୱ ଦେଉଥିବା ମଲାଇକା ଫ୍ୟାନଙ୍କ କେଶ ସମସ୍ୟା ଦୂରକରିବାକୁ ଏବେ ଚେଷ୍ଟା ଚଳାଇଛନ୍ତି । ସେ କହଛନ୍ତି ଆଜିକାଲି କେଶ ସମସ୍ୟାକୁ ନେଇ ଅନେକ ଲୋକେ ଚିନ୍ତାରେ ଦିନ କାଟୁଛନ୍ତି । ବଜାରରେ ମିଳୁଥିବା ରାସାୟନିକ ତେଲ ବ୍ୟବହାର ନକରି ସମସ୍ୟା ଲାଗି ଆମେ ପିଆଜ ରସ ବ୍ୟବହାର କରିପାରିବା । ତେବେ ଏକ କଟା ପିଆଜକୁ ଜୁସ କରି ତୁଳା ସାହାଯ୍ୟରେ କେଶରେ ଳଗାଇ ପ୍ରାୟ ୩୦ମିନିଟ୍ ପରେ ପାରାବେନ ମୁକ୍ତ ସାମ୍ଫୋରେ ସଫା କରିବା ଦ୍ୱାରା କେଶ ଝଡିବା ସମସ୍ୟା ଦୂରହୋଇଥାଏ । ଏହା ସହ ମଲାଇକା ଖାଦ୍ୟପେୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାକୁ ନିଜର ପ୍ରଶଂସକଙ୍କୁ ପରାମର୍ଶ କରିଛନ୍ତି ।