କୋଭିଡ ହସ୍ପିଟାଲରେ ଶରତ ଗମାଙ୍ଗଙ୍କ ମୃତୁ୍ୟ, ପାଇଖାନା କବାଟ ଭାଙ୍ଗି ବାହାର କରାଗଲା ମୃତଦେହ

କୋଭିଡ ହସ୍ପିଟାଲରେ ଶରତ ଗମାଙ୍ଗଙ୍କ ମୃତୁ୍ୟ, ପାଇଖାନା କବାଟ ଭାଙ୍ଗି ବାହାର କରାଗଲା ମୃତଦେହ

କୋଭିଡ ହସ୍ପିଟାଲରେ ଶରତ ଗମାଙ୍ଗଙ୍କ ମୃତୁ୍ୟ, ପାଇଖାନା କବାଟ ଭାଙ୍ଗି ବାହାର କରାଗଲା ମୃତଦେହ
ଗୁଣପୁର: ଜେକେ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ଶଳା ଶରତ ଚନ୍ଦ୍ର ଗମାଙ୍ଗ ଦେହାନ୍ତ ହୋଇଯାଇଛି । ପାଇଖାନା ଭିତରେ ତାଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ପାଇଖାନା ଭିତରେ ପଡ଼ିଯାଇ ତାଙ୍କ ମୃତୁ୍ୟ ହୋଇଛି ନା କୋଭିଡ କାରଣରୁ ତାହା ଏଯାଏଁ ସ୍ପଷ୍ଟ ହୋଇନି । ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା କରାଯାଉଥିଲେ ହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ ।