କୋଭିସିଲଡ’ର ଗଚ୍ଛିତ ସିଂହଭାଗ ଭାରତକୁ ମିଳିବ: ସିରମ ଇନଷ୍ଟିଚୁ୍ୟଟ୍

କୋଭିସିଲଡ’ର ଗଚ୍ଛିତ ସିଂହଭାଗ ଭାରତକୁ ମିଳିବ: ସିରମ ଇନଷ୍ଟିଚୁ୍ୟଟ୍

କୋଭିସିଲଡ’ର ଗଚ୍ଛିତ ସିଂହଭାଗ ଭାରତକୁ ମିଳିବ: ସିରମ ଇନଷ୍ଟିଚୁ୍ୟଟ୍
ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ଆଷ୍ଟ୍ରୋଜେନେକା କମ୍ପାନୀ ଦ୍ୱାରା ବିକଶିତ ଟିକାକୁ ପୁଣେ ସ୍ଥିତ ସିରମ ଇନଷ୍ଟିଚୁ୍ୟଟ ‘କୋଭିସିଲଡ’ ନାମରେ ପ୍ରସ୍ତୁତ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ଟିକାର ୫ କୋଟି ମାତ୍ରା ମହଜୁଦ ରହିଛି ବୋଲି କମ୍ପାନୀର ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି । ତେବେ ପ୍ରାଥମିକତା ଭିତିରେ ଗଚ୍ଛିତ ଟିକାର ସିଂହଭାଗ ଅର୍ଥାତ ୪ କୋଟିରୁ ଅଧିକ ମାତ୍ରା ଭାରତକୁ ମିଳିବ ବୋଲି ସେ କହିଛନ୍ତି । ଅବଶ୍ୟ ଦେଶରେ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ କମ୍ପାନୀ ପକ୍ଷରୁ ଆବେଦପନ କରାଯାଇଥିବା ବେଳେ ଭେଷଜ ନିୟାମକଙ୍କ ଠାରୁ ଆବଶ୍ୟକ ଅନୁମତି ମିଳିଲା ପରେ ତାହାର ଯୋଗାଣ କରାଯିବ ବୋଲି ପୁନାୱାଲା କହିଛନ୍ତି ।