କ୍ରିକେଟରୁ ଅବସର ନେଲେ ଯୁବରାଜ

କ୍ରିକେଟରୁ ଅବସର ନେଲେ ଯୁବରାଜ

କ୍ରିକେଟରୁ ଅବସର ନେଲେ ଯୁବରାଜ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଯୁବରାଜ ସିଂଙ୍କ । ୨୦୧୧ ବିଶ୍ୱକପ ବିଜୟୀ ହିରୋ ଯୁବରାଜ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ୩୭ ବର୍ଷୀୟ ଯୁବରାଜ ୩୦୪ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି । ୪୦ଟି ଟେଷ୍ଟ ମ୍ୟାଚ ଓ ୫୮ଟି ଟି-୨୦ ଖେଳିଛନ୍ତି ଯୁବରାଜ । ଜୁନ ୨୦୧୭ରେ ଶେଷ ଥର ପାଇଁ ସେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୩୦୪ଟି ଦିନିକିଆରୁ ୮୭୦୧ ରନ କରିଛନ୍ତି ଯୁବରାଜ । ଏଥମଧ୍ୟରେ ୧୪ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ରହିଛି । ୨୦୧୨ରେ ଭାରତ ସରକାର ତାଙ୍କୁ ଅର୍ଜୁନ୍ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୧୪ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।