ଖୋର୍ଦ୍ଧାରେ ଖୋଲିବ ୱଣ୍ଡେରଲା ହଲିଡେଜର ବୃହତ ପାର୍କ

ଖୋର୍ଦ୍ଧାରେ ଖୋଲିବ ୱଣ୍ଡେରଲା ହଲିଡେଜର ବୃହତ ପାର୍କ

ଖୋର୍ଦ୍ଧାରେ ଖୋଲିବ ୱଣ୍ଡେରଲା ହଲିଡେଜର ବୃହତ ପାର୍କ


ଖୋର୍ଦ୍ଧା : ଖୋର୍ଦ୍ଧାରେ ଖୋଲିବ ୱଣ୍ଡେରଲା ହଲିଡେଜର ବୃହତ ପାର୍କ । ଏଥିରେ ପାର୍କ, ରିସୋର୍ଟ ଓ ଅନ୍ୟାନ୍ୟ ଆମୋଦପ୍ରମୋଦ ବ୍ୟବସ୍ଥା ରହିବ । ଅତ୍ୟାଧୁନିକ ଶୈଳୀରେ ପାର୍କ ନିର୍ମିତ ହେବ । ଗୋଟିଏ ସ୍ଥାନରେ ପାର୍କ, ସୁଇମିଂ ପୁଲ୍, ଭଳିକି ଭଳି ଦୁସାହାସିକ ଦୋଳି ରହିବ । ସାଙ୍ଗକୁ ଫୁଡ୍ କୋର୍ଟରେ ବିଭିନ୍ନ ରକମର ଖାଦ୍ୟ ମିଳିବ । ରାଜ୍ୟବାସୀ ଏହି ପାର୍କରେ ଏଣ୍ଟରଟେନମେଣ୍ଟର ଫୁଲ୍ ପ୍ୟାକେଜ ପାଇବେ । ପାର୍କରେ ଭରପୂର ମଜା ଉଠାଇବେ ।
ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ କୁମ୍ଭାରବସ୍ତ ଅଞ୍ଚଳରେ ପ୍ରାୟ ୫୦.୬୩ ଏକର ପରିମିତ ସ୍ଥାନରେ ପାର୍କ ନିର୍ମାଣ ହେବ । ଏଥିପାଇଁ ୱଣ୍ଡେରଲା ହଲିଡେଜ୍ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରାଯାଇଛି । ୯୦ ବର୍ଷ ପାଇଁ ଏହି ଜମିକୁ ଲିଜ୍ ରେ ନିଆଯାଇଛି । ଏଥିରେ ପ୍ରାୟ ୧୧୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଏହାର ପରିଚାଳନା ନିଦେ୍ର୍ଧଶକ ଅରୁଣ କେ ଚିତ୍ତିଲ୍ଲାପିଲ୍ଲି ପାର୍କ ଖୋଲିବା ପାଇଁ ସବୁ ପ୍ରକାରର ସହାୟତା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ପର୍ଯ୍ୟଟନ ବିଭାଗ ,ଇଡ୍କୋ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ଏହି ପାର୍କରେ ଆମୋଦପ୍ରମୋଦର ସବୁ ବ୍ୟବସ୍ଥା ସହ ରିସୋର୍ଟ ମଧ୍ୟ ରହିବ । ସାଙ୍ଗକୁ ରନ୍ଧା ଖାଦ୍ୟ, ପ୍ୟାକେଟ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିବ । ୱଣ୍ଡେରଲା ବକ୍ଷରୁ ଏହା ଦେଶରେ ୪ର୍ଥ ପାର୍କ ହେବ । ପୂର୍ବରୁ ୨୦୦୦ ମସିହାରେ ପ୍ରଥମ ପାର୍କ କୋଚିରେ ଖୋଲିଥିଲା । ଏହାପରେ ୨୦୦୫ରେ ବେଙ୍ଗାଲୁରୁ ଓ ୨୦୧୬ରେ ହାଇଦ୍ରବାଦରେ ଖୋଲିଥିଲା ।