ବିଜେବି ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିଜେବି ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିଜେବି ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥ ଏକ ପ୍ରତିଷ୍ଠିତ କଲେଜର ହଷ୍ଟଲରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।  ବିଜେବି କଲେଜ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତହେଦ ଉଦ୍ଧାର କରାଯାଇଛି ।  ମୃତକ ଛାତ୍ରୀ ଜଣକ ଯୁକ୍ତ ୩ ପ୍ରଥମ ବର୍ଷର କଳା ଛାତ୍ରୀ ବୋଲି ଜଣାଯାଇଛି ।  ତେବେ ମୃତୁ୍ୟର କାରଣ ଅସ୍ପଷ୍ଟ ହୋଇଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । 

ଏନେଇ ଖବର ପାଇ ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।  ତେବେ କଲେଜରେ ରାଗିଂ ନା ପ୍ରେମ ପାଇଁ ସେ ଆତ୍ମହତ୍ୟା କରିଛନ୍ତି, ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ପୁଲିସ ତଦନ୍ତ ପରେ ଜଣାପଡ଼ିବ ।