ଖୋଲା ବିତର୍କ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ୱାନ କଲା ବିଜେପି

ଖୋଲା ବିତର୍କ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ୱାନ କଲା ବିଜେପି

ଖୋଲା ବିତର୍କ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ୱାନ କଲା ବିଜେପି
ଭୁବନେଶ୍ୱର: ବିଜେପି ନେତା ପୃଥ୍ୱରାଜ ହରିଚନ୍ଦନ ବିଭିନ୍ନ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ପରିପ୍ରେକ୍ଷୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସଂସଦରେ ବିଜେଡି ପକ୍ଷରୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ରଖାଯାଉଛି । ସ୍ୱାମୀନାଥନ କମିଟି ରିପୋର୍ଟକୁ ନେଇ ସସ୍ମିତ ପାତ୍ର ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି । ବିକାଶକୁ ରୋକିବା ପାଇଁ ବିଜେଡି ଷଡ଼ଯନ୍ତ୍ର କରୁଛି । ଚାଷୀଙ୍କ ପାଇଁ ରାଜ୍ୟ ସରକାର ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ । ଏଯାଏଁ କେତେ ଜଣଙ୍କୁ ସରକାର ବୋନସ ଦେଇଛନ୍ତି ସେ ସମ୍ପର୍କରେ ଜଣାନ୍ତୁ । ବଳକା ଧାନ କିଣିବାକୁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଜଣାନ୍ତୁ ବୋଲି ବିଜେପି ନେତା ପୃଥ୍ୱରାଜ ହରିଚନ୍ଦନ କହି ଖୋଲା ବିତର୍କ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ପୂର୍ବରୁ ରେଳ ଅନୁଦାନ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ବିଜେପି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏଭଳି ଆହ୍ୱାନ ଦେଇଥିଲା । ସେ କହିଥିଲେ ଯେ, ଯଦି ରେଳ ପ୍ରକଳ୍ପ ଆଗେଇ ପାରୁନି ତେବେ ସେଥିପାଇଁ ଶାସକ ଦଳର ଅପାରଗତା ହିଁ ଦାୟୀ । ୬/୭ ବର୍ଷରେ ୧୪ ହଜାର କୋଟି ନୁହେଁ, ୩୬ ହଜାର କୋଟି ଆସିଛି । ରେଳ ବିକାଶ ନ ହୋଇପାରିବାର ମୁଖ୍ୟ କାରଣ ଜମି ଅଧିଗ୍ରହଣ । ଶାସକ ଦଳର ନେତା ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଥିଲେ ।