ଗାଡିରେ ନ ଥିଲେ ଉପ ବାଚସ୍ପତ୍ତ, ଅଳ୍ପକେ ବର୍ତ୍ତିଗଲେ ପିଏସଓ, ଡ୍ରାଇଭର

ଗାଡିରେ ନ ଥିଲେ ଉପ ବାଚସ୍ପତ୍ତ, ଅଳ୍ପକେ ବର୍ତ୍ତିଗଲେ ପିଏସଓ, ଡ୍ରାଇଭର

ଓଡିଶା ଉପବାଚସ୍ପତିଙ୍କ କାର୍ ଦୁର୍ଘଟଣା ଗସ୍ତ । ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସରକାରୀ କାର ରବିବାର ବିଳମ୍ବିତ ରାତିରେ ତାଙ୍କ ନିକଟକୁ ଯାଉ ଥିବା ବେଳେ ଦୁର୍ଘଟଣା ଗସ୍ତ ହୋଇଥିଲା । ସମ୍ବଲପୁର ରେଙ୍ଗାଲୀ ଥାନା ସାଲେପଡା ନିକଟ ରାଜପଥରେ ଗାଡିଟି ଯାଉଥିବା ବେଳେ ହଠାତ୍ ଏକ କୁକୁର ସାମ୍ନାକୁ ପଶି ଆସିଥିଲା । ଫଳରେ ଗାଡିର ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଏକ ଖାଲକୁ ପଶି ଯାଇଥିଲା । ଦୁର୍ଘଟଣାରେ କାର କ୍ଷତି ଗସ୍ତ ହୋଇଥିବା ବେଳେ ଗାଡିରେ ଥିବା ସରକାରୀ ଡ୍ରାଇଭର ଓ ପିଏସଓ ଅଲ୍ପକେ ବର୍ତି ଯାଇଛନ୍ତି । ସେମାନଙ୍କୁ କୌଣସି ଆଘାତ ଲାଗି ନାହିଁ । ସୌଭାଗ୍ୟକୁ ଗାଡିରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ନ ଥିଲେ । ଘଟଣା ସଂପ୍ରକରେ ପୋଲିସ ଖବର ପାଇଁ ଦୁର୍ଘଟଣା ସ୍ଥଳରେ ପହଂଚି ଥିଲା । କାର୍ ଓ ସରକାରୀ କର୍ମଚାରୀଙ୍କୁ ଉଦ୍ଧାର କରି ହସପିଟାଲ ଆଣି ପ୍ରାଥମିକ ଚିକିତ୍ସା କରି ଛାଡି ଦେଇଛି ।