ଚକୋଲେଟ ଉତ୍ସବ

ଚକୋଲେଟ ଉତ୍ସବ

ଚକୋଲେଟ ଉତ୍ସବ
ଚକୋଲେଟ ଉତ୍ସବ କେବଳ ବିଭିନ୍ନ କିସମର ଓ ସୁଆଦର ଚକୋଲେଟ ପାଇଁ ବେଲଜିୟମ ଆଜି ବିଶ୍ୱସ୍ତରରେ ଲୋକପ୍ରିୟ । ପ୍ରତିବର୍ଷ ପରି ଚଳିତଥର ମଧ୍ୟ ସେଠାରେ ଚକୋଲେଟ ଉତ୍ସବ ପାଳିତ ହେଉଛି । କୋଟିକୋଟି ଟଙ୍କା ଏଥିରେ ବ୍ୟୟ ହେଉଥିବାବେଳେ ପର୍ଯ୍ୟଟକ ରୀତିମତ ଏଠାରେ ଭିଡ ବଢାଇବାର ଆଶା କରାଯାଉଛି । ଜୁନ ପ୍ରଥମ ସପ୍ତାହରେ ଏଇ ଉତ୍ସବ ୧ ସପ୍ତାହ ବ୍ୟାପୀ ପାଳିତ ହେଉଥିବା ଏଇ ଉତ୍ସବରେ ଚକୋଲେଟ ଘର, ଗାଡି ,ବିମାନ ସବୁକିଛି ନିର୍ମାଣ କରାଯିବ ବୋଲି ସ୍ପଷ୍ଟ ହୋଇଛି । ଏଥରକ ବେଲଜିୟମ ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଚକୋଲେଟ ନିର୍ମିତ ଜୀବଜନ୍ତୁ । ଚକୋଲେଟରେ ମୋଟ ୫୦ଟି ପ୍ରତିମର୍ତି ତିଆରି କରାଯାଇଥିବାବେଳେ ଗରିଲା ହାତୀ ଓ ସିଂହର ଚକୋଲେଟ ହ୍ରାସ ମଧ୍ୟ ଏଥରକର ଅନ୍ୟତମ ମୁଖ୍ୟ ଆକର୍ଷକ । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୪୦ ଜଣ ଚକୋଲେଟ କାରିଗର ଦେଢ ମାସ ହେଲାଣି ଏହି ଉତ୍ସବର ପ୍ରାକ-ପ୍ରସ୍ତୁତି କାମରେ ବ୍ୟସ୍ତ ଥିଲେ ।