ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର କେଉଁଠି ଅଛି

ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର କେଉଁଠି ଅଛି

ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର କେଉଁଠି ଅଛି
ପୃଥିବୀରେ ଭାରତକୁ ଋଷି ମୂନୀଙ୍କର ଦେଶ ବୋଲି କୁହାଯାଇଥାଏ । ଭଗବାନଙ୍କ ଅଧିକାଂଶ ଅବତାର ଏହି ପବିତ୍ର ଭୁମିରେ ହୋଇଛି । ଭାରତ ସନାତନ ସଂସ୍କୃତି ସହ ନୈମିଷାରଣ୍ୟ ତୀର୍ଥ କିମ୍ବା ପାବନ ଧାମ ନାଁରେ ଜଣାଯାଏ । ଏହି ତୀର୍ଥର ବର୍ଣ୍ଣନ ବହୁତ ସାରା ଆଧ୍ୟାତ୍ମିକ ଗ୍ରନ୍ଥରେ ମିଳିଥାଏ । ଯେଉଁଠି ବ୍ରହ୍ମା ପୃଥିବୀର ବିସ୍ତାର କରିବା ଆରମ୍ଭ କରିଥିଲେ । ତେବେ ଶତରୁପାକୁ ପୃଥିବୀ ବିସ୍ତାରର କାର୍ଯ୍ୟଭାର ଦେଇଥିଲେ । ସେ ଏଠାରେ ୨୩ ହଜାର ବର୍ଷ ପର୍ଯ୍ୟନ୍ତ କଠୋର ତପ କରିଥିଲେ । ଏହି ତପୋଭୁମିରେ ଋଷି ଦଧୀଚି ଲୋକ କଲ୍ୟାଣକୁ ଧ୍ୟାନରେ ରଖି ଇନ୍ଦ୍ରଙ୍କୁ ନିଜର ଅସ୍ଥିଗୁଡିକ ଦାନ କରିଦେଇଥିଲେ । ଏହି ଦାନ ସଂସାର ସବୁଠାରୁ ବଡ ଦାନ ବୋଲି ସମସ୍ତେ ମାନିଥାନ୍ତି । ଶାସ୍ତ୍ରରେ କୁହାଯାଇଥିବା କଥା ଅନୁସାରେ ଗୋଟେ ସମୟରେ ଦୈତ ମାନଙ୍କର ଭୟରେ ଦୁଃଖି ହୋଇକରି ଋଷିଗଣ ଶ୍ରୀକୃଷ୍ଣଙ୍କର ପାଖରେ ଯାଇକରି କହିବାକୁ ଲାଗିଲେ ହେ ସୃଷ୍ଟି ରଚୟିତା, ପୃଥିବୀରେ କେଉଁ କେଉଁ ଜାଗା ବିଷୟରେ କୁହନ୍ତୁ । ଯେଉଁଠି ଆମେ ବିନା କେଉଁ ଡରରେ ଧର୍ମ କାର୍ଯ୍ୟରେ ତପ କରିପାରିବା । ତାଙ୍କର ବିନତି କରିବା ଫଳରେ ଶ୍ରୀକୃଷ୍ଣ ନିଜ ସୁଦର୍ଶନ ଚକ୍ର ପ୍ରକଟ କରିଥିଲେ । ଋଷିମାନଙ୍କୁ କହିଲେ ଆପଣ ମାନେ ଏହି ଚକ୍ରକୁ ଅନୁସରଣ କରନ୍ତୁ । ଯେଉଁଠି ଏହାର ନେମି(ଧୁରୀ) ଭୁମିଗତ ହେବ , ତାହା ତୀର୍ଥ ସ୍ଥଳ ନାଁରେ ପରିଚୟ ପାଇବ । ଚକ୍ରର ଗତି ବହୁତ ଅଧିକା ଥିଥିବାରୁ ଏକ ସରୋବର ପାଖରେ ଯାଇକରି ସେଠାରେ ଲୀନ ହୋଇଗଲା । କିଛି ଲୋକଙ୍କ କହିବା କଥା କି ଏଠାରେ ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ପଡିଥିଲା । ଏଥିପାଇଁ ଏହି ସରୋବର ଚକ୍ରତୀର୍ଥ ନାଁରେ ଜଣାଯାଇଥାଏ । ମାନାଯାଇଥାଏ ଏଠାରେ ପାତାଳ ଲୋକର ଅକ୍ଷୟ ଜଳ ସ୍ରୋତରୁ ଜଳ ଆସିଥାଏ । କଳିଯୁଗ ଅନ୍ତରେ ଭଗବାନ ଏଠାରେ ଆଉଥରେ ପୂନଃଜନ୍ମ ନେବେ ।