ଜାଣନ୍ତୁ , କେମିତି ପରୀକ୍ଷା ଦେବେ ମାଟି୍ରକ ଛାତ୍ରଛାତ୍ରୀ
ଜାଣନ୍ତୁ , କେମିତି ପରୀକ୍ଷା ଦେବେ ମାଟି୍ରକ ଛାତ୍ରଛାତ୍ରୀ
admin
Jan 23, 2021 - 04:46
Updated: Jan 23, 2021 - 04:46
ଭୁବନେଶ୍ୱର : କରୋନା ପାଇଁ ପାଠପଢ଼ା ଠପ ହୋଇଯାଇଥିବାବେଳେ ପନ୍ଦର ଦିନ ହେଲା ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି । ସ୍କୁଲଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇ ଯାଇଥିବାବେଳେ ଚଳିତ ବର୍ଷ କିଭଳି ପରୀକ୍ଷା ହେବ ସେନେଇ ସ୍ୱାଭାବିକ ଭାବେ ଚିନ୍ତିତ ହୋଇପଡ଼ିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ତେବେ ଏନେଇ ବୋଡର଼୍ ପକ୍ଷରୁ ପରୀକ୍ଷା ସମ୍ପର୍କିତ ତଥ୍ୟାବଳୀ ସଂକ୍ରାନ୍ତରେ ସୂଚିତ କରିଛନ୍ତି ।
୧. ଚଳିତ ବର୍ଷ ୮୦ ମାର୍କ ପାଇଁ ପରୀକ୍ଷା ହେବ । ସେଥିମଧ୍ୟରୁ ୫୦ ନମ୍ବର ସଂକ୍ଷିପ୍ତ ଉତରମୂଳକ ଓ ମାତ୍ର ୩୦ ମାର୍କ ଦୀଘ ଉତରମୂଳକ ।
୨. ଏହି ୮୦ ମାର୍କ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ ବି ୧୦୦ ମାର୍କର ମୂଲ୍ୟାୟନ କରାଯିବ । ଅର୍ଥାତ ଜଣେ ପିଲା ଯଦି ୮୦ ମାର୍କ ରଖନ୍ତି ତେବେ ତାଙ୍କର ମାର୍କ ୧୦୦ ବୋଲି ମୂଲ୍ୟାଙ୍କନ କରାଯିବ ।
୩. ୫୦ ମାର୍କର ସଂକ୍ଷିପ୍ତ ପ୍ରଶ୍ନର ଉତର ପାଇଁ ପରୀକ୍ଷାର୍ଥôଙ୍କୁ ମାର୍କ ରେକଗନିସନ ବା ଓଏମଆର ସିଟ ପ୍ରଦାନ କରାଯିବ । ବର୍ଷକ ତଳେ ଯେଉଁ ପୁରୁଣା ଢ଼ାଂଚା ଥିଲା ସେହି ଆଧାରରେ ପରୀକ୍ଷା ହେବ ।
୪. ସଂକ୍ଷିପ୍ତ ବା ଅବଜେକଟିଭ ପ୍ରଶ୍ନରେ ୪ଟି ବିକଳ୍ପ ରହିବ । ଗୋଟିଏ ପାଶ୍ୱର୍ରେ ଥିବା ଗୋଲକୁ ନୀଳ କିମ୍ବା କଳା ରଙ୍ଗ କଲମ ଚିହ୍ନଟ କରି ଉତର ରଖିବେ ।
୫. ମାଟ୍ରିକ ଓ ଓଏସସି ରେଗୁଲାର ପରୀକ୍ଷାର୍ଥୀ ପ୍ରସ୍ତୁତ ହୋଇଥିବା ନୂଆ ନମୁନାପତ୍ର ଆଧାରରେ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାପନ ପରୀକ୍ଷା ଦେବେ । କିନ୍ତୁ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପୁରୁଣା ଢ଼ାଂଚାରେ ପରୀକ୍ଷା ଦେବେ ।
୬. ବୋଡର଼୍ର ୱେବସାଇଟରେ ନୂଆ ନମୁନା ପତ୍ର ଉପଲବ୍ଧ ରହିଛି । ସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ ଏହି ନମୁନାକୁ ୱେବସାଇଟରୁ ଡାଉନଲୋଡ଼ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।