ଜେଲ ଗଲେ ଓଏଏସ ଅଧିକାରୀଙ୍କ ଶ୍ୱଶୁର, ଜାଣନ୍ତୁ କାହିଁକି

ଜେଲ ଗଲେ ଓଏଏସ ଅଧିକାରୀଙ୍କ ଶ୍ୱଶୁର, ଜାଣନ୍ତୁ କାହିଁକି

ଜେଲ ଗଲେ ଓଏଏସ ଅଧିକାରୀଙ୍କ ଶ୍ୱଶୁର, ଜାଣନ୍ତୁ କାହିଁକି
ଯାଜପୁର: ବିଏମସିର ଡେପୁଟି ଜୋନାଲ କମିସନର ପ୍ରମୋଦ ପୃଷ୍ଟିଙ୍କ ଘରେ ଚାକରାଣୀ ଭାବେ କାମ କରୁଥିବା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଚିକିତ୍ସାଧୀନ ଥିବା ତାଙ୍କ ଶ୍ୱଶୁର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ୫ ତାରିଖରେ ଗିରଫ ହୋଇଥିବା ଶ୍ରୀ ମହାପାତ୍ର ସ୍ୱାସ୍ଥ୍ୟଗତ କାରଣରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କୁ ଯାଜପୁର ସିଜେଏମ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଯାଜପୁର ଜେଲକୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନାନପୁର ଅଞ୍ଚଳରେ ଆଦିବାସୀ ନାବାଳିକାର ମା’ଙ୍କୁ ଜଣେ ଦଲାଲ ପ୍ରଲୋଭିତ କରି ଓଏଏସ ଅଧିକାରୀ ପ୍ରମୋଦ ପୃଷ୍ଟିଙ୍କ ଘରେ ଛାଡ଼ିଥିଲା । ନାବାଳିକା ତାଙ୍କ ଘରେ କାମ କରୁଥିଲା । ଶ୍ରୀ ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ସମ୍ପୃକ୍ତ ନାବାଳିକାକୁ ବିଭିନ୍ନ ଉପାୟରେ କରାୟତ କରି ଲଗାତାର ଦୁର୍ଷ୍କମ କରୁଥିବା ନେଇ ଅଭିଯୋଗ ହୋଇଥିଲା । ନାବାଳିକାଗର୍ଭବତୀ ଥିବା ତା’ର ମା ଜାଣିବାକୁ ପାଇ ଗତ ୧ ତାରିଖରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଚପାଇ ଦେବାକୁ ବିଭିନ୍ନ ସ୍ତରରେ ଚାପ ପକାଯାଇଥିଲା । ମାତ୍ର ଏହା ଗଣମାଧ୍ୟମରେ ପ୍ରକାଶ ପରେ ଗତ ୫ ତାରିଖରେ ଅଭିଯୁକ୍ତ ଶ୍ରୀ ମହାପାତ୍ରଙ୍କୁ ଗିରଫ କରାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ତଦନ୍ତକାରୀ ଅଧିକାରୀ ଡିଏସପି ସଂଗ୍ରାମ ଟୁଡୁ ତାଙ୍କୁ ଯାଜପୁର ସିଜେଏମ କୋର୍ଟରେ ହାଜର କରିଥିଲେ । ସିଜେଏମ ଜୀବନାନନ୍ଦ ପାଢି ତାଙ୍କ ଜାମିନ ନାମଞ୍ଜୁର କରି ଜେଲ ହାଜତକୁ ପଠାଇ ଦେଇଛନ୍ତି ।