ଟେଷ୍ଟ ଜିତିଲା ଟିମ୍‌ ଇଣ୍ଡିଆ

ଟେଷ୍ଟ ଜିତିଲା ଟିମ୍‌ ଇଣ୍ଡିଆ

ଟେଷ୍ଟ ଜିତିଲା ଟିମ୍‌ ଇଣ୍ଡିଆ

 

ମୀରପୁର  : ବାଂଲାଦେଶ ବିପକ୍ଷ ମୀର୍‌ପୁର ଟେଷ୍ଟ ଜିତିଲା ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ ବିଜୟ ସହ ଟେଷ୍ଟ ସିରିଜ୍‌କୁ ୨-୦ରେ ବିଜୟୀ ହୋଇଛି ଭାରତୀୟ ଟିମ୍‌ ।  

ପ୍ରଥମ ଟେଷ୍ଟର ବିଜୟ ପରେ ଟିମ୍‌ ଇଣ୍ଡିଆ ୧-୦ରେ ଅଗ୍ରଣୀ ରହିଥିଲା । ୨ୟ ଟେଷ୍ଟ ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ବହୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ୧୪୫ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ହେଲେ ଟିମ୍‌ ଇଣ୍ଡିଆକୁ ପ୍ରଥମରୁ ଲାଗିଥିଲା ଝଟ୍‌କା ପରେ ଝଟ୍‌କା । ମାତ୍ର ୪୫ରନ୍‌ରେ ଟିମ୍‌ ଇଣ୍ଡିଆ ହରାଇଥିଲା ୪ଟି ଓ୍ୱିକେଟ୍‌ । ପରେ ୪ର୍ଥ ଦିନର ଖେଳ ଆରମ୍ଭ ହେବା ସମୟରେ ଭାରତକୁ ପରାଜୟର ଭୟ ଘାରିଥିଲା । ଗୋଟିଏ ପରେ ଗୋଟିଏ ବ୍ୟାଟସମ୍ୟାନ୍‌ ପ୍ୟାଭିଲିୟନ୍‌ ଫେରିଥିଲେ । ସକାଳୁ ସକାଳୁ ଲଗାତର ୩ଟି ଓ୍ୱିକେଟ୍‌ ହରାଇଥିଲା ଭାରତୀୟ ଟିମ୍‌ ।

ଶେଷରେ ରବିଚନ୍ଦ୍ରନ ଅଶ୍ୱିନୀ-ଶ୍ରେୟସ ଆୟରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତ ମୀରପୁର ଟେଷ୍ଟ ଜିତିବାରେ ସକ୍ଷମ ହୋଇଛି । ଯାହାଫଳରେ ଭାରତ ୨ୟ ଟେଷ୍ଟ ମ୍ୟାଚ୍‌ ଜିତି ସିରିଜ୍‌କୁ କବ୍‌ଜା କରିଛି । ମୀରପୁର ଟେଷ୍ଟର ୨ୟ ପାରିରେ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ୪୨ ରନ୍‌ କରିଥିବା ବେଳେ ଶ୍ରେୟସ ଆୟର ୨୯ ରନ୍‌, ଅକ୍ଷର ପଟେଲ୍‌ ୩୪ ରନ୍‌କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ଛୁଇଁପାରିନଥିଲେ । ଅନ୍ୟପଟେ ବାଂଲାଦେଶ ପକ୍ଷରୁ ମେହେନ୍ଦୀ ହସନ ମିରାଜ ସର୍ବାଧିକ ୫ଟି ଓ୍ୱିକେଟ୍‌ ନେଇଥିବା ବେଳେ ସାକିବ ଅଲ୍‌ ହାସନ୍‌ ୨ଟି ଓ୍ୱିକେଟ୍‌ ନେଇଛନ୍ତି ।