୧୧୩ ଅପରାଧୀଙ୍କୁ ବାନ୍ଧିଛି ଏସଟିଏଫ

୧୧୩ ଅପରାଧୀଙ୍କୁ ବାନ୍ଧିଛି ଏସଟିଏଫ

୧୧୩ ଅପରାଧୀଙ୍କୁ ବାନ୍ଧିଛି ଏସଟିଏଫ

ଭୁବନେଶ୍ୱ: ୨୦୨୨ ମସିହାର ଏସଟିଏଫ୍ (ସ୍ୱତନ୍ତ୍ର ଟାସ୍କ ଫୋର୍ସ)ରେ ୭୫ଟି ମାମଲା ରୁଜୁ କରିଥିବା ବେଳେ ୧୩୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାଜସ୍ଥାନର ୨ଜଣ, ଦିଲ୍ଲୀର ୨ ଜଣ, ପଶ୍ଚିମବଙ୍ଗର ୨ଜଣ, ମଧ୍ୟପ୍ରଦେଶର ୨ଜଣ, ମହାରାଷ୍ଟ୍ର ଓ ବିହାରରୁ ୨ଜଣ ଲେଖାଁ ଗିରଫ ହୋଇଛନ୍ତି। ସର୍ବମୋଟ ୨୨ କେଜି ବ୍ରାଉନସୁଗାର, ଅଢ଼େଇ କୁଇଣ୍ଟାଲ ଗଞ୍ଜେଇ, ୨୦୨ ଗ୍ରାମ କୋକେନ୍, ୬୫ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି।
ଜବତ୍ ହୋଇଥିବା ସର୍ବ ମୋଟ ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଏସଟିଏଫ ନଷ୍ଟ କରିଛି। ବନ୍ୟଜନ୍ତୁ ଶିକାର ଓ ବିକ୍ରୀ ଘଟଣାରେ ୩୧ଟି ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୩୪ଟି କଲରା ପତାରିଆ ବାଘ ଛାଲ, ଗୋଟିଏ ରୟାଲ ବେଙ୍ଗଲ ବାଘ୍, ଗୋଟିଏ କଲରା ପତରିଆ ବିଲେଇ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା, ୧୪ଟି ହାତୀ ଦାନ୍ତ, ୨ଟି ବାଘ ଦାନ୍ତ, ୨୯ଟି କଲରା ପତରିଆ ବାଘ ନଖ, ୪୬ଟି ଜୀବନ୍ତ ଜଙ୍ଗଲି ଶୁଆ ଉଦ୍ଧାର ହୋଇଛି।
ସେହିପରି ଏସଟିଏଫ୍ ହାତରେ ୧୪ଟି ବନ୍ଧୁକ, ୬୦ଟି ଅଫୁଟା ଗୁଳି, ୮ ଟି ମାଗାଜିନ୍ ଜବତ ହୋଇଛି। ଏହାସହିତ ନକଲି ନୋଟ କାରବାରକୁ ରୋକ ଲଗାଇବାରେ ଏସଟିଏଫକୁ ସବୁଠୁ ଅଧିକ ସଫଳତା ମିଳିଛି। ୪୭ ଲକ୍ଷରୁ ଅଧିକ ନକଲି ଟଙ୍କା ଏସ ଟିଏଫ୍ ଡଜବତ କରିଛି। ସେହିପରି ଏସଟିଏଫ୍ ବହୁ ଦାମି କୋଇଲା ରାକେଟ ଉପରୁ ମଧ୍ୟ ପରଦା ହଟାଇଛି, ୩୩୮ ଟନ୍ ଶକ୍ତ କୋଇଲା, ୬୨ ଟନ୍ ସାଧାରଣ କୋଇଲା, ୩୧ ଟନ୍ ଅଷ୍ଟ୍ରିଲା କୋଇଲା ଜବତ୍ କରାଯାଇଛି। ଏହାସହ ୨ଟି ଅଭିଯୋଗ ଆଧାରରେ ୧୯୨୦ ବୋତଲ କଫ ଶିରପ ଜବତ୍ ହୋଇଛି ବୋଲି ଏସଟିଏଫ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏସଟିଏଫ୍ ଏସପି କିଶୋର କୁମାର ପାଣିଗ୍ରାହୀ ସୂଚନା ଜଣାଇଛନ୍ତି ।