ଡ୍ରିମ୍ ୧୧ : ମୋଦିଙ୍କ ଆତ୍ମନିର୍ଭର ଭାରତ ସହିତ ଧୋକା
ଡ୍ରିମ୍ ୧୧ : ମୋଦିଙ୍କ ଆତ୍ମନିର୍ଭର ଭାରତ ସହିତ ଧୋକା
admin
Aug 19, 2020 - 07:18
Updated: Aug 19, 2020 - 07:18
ପାଟନା : ଗତକାଲି ଭାରତୀୟ କମ୍ପାନୀ ଡ୍ରିମ୍ ୧୧କୁ ଆଇପିଏଲର ସ୍ପନସରସିପ୍ ମିଳିଛି । ଚାଇନିଜ୍ ମୋବାଇଲ ବ୍ରାଣ୍ଡ ଭିଭୋ ସହିତ ବିସିସିଆଇର ଚୁକ୍ତି ବିଛିନ୍ନ ହେବା ପରେ ନୂତନ ବିଡ୍ ଦାଖଲ କରାଯାଇଥିଲା । ୨୨୨ କୋଟି ଟଙ୍କାରେ ସ୍ପନସରସିପ୍ ଡିଲ୍ ହାସଲ କରିଥିଲା ଡ୍ରିମ ୧୧ । ତେବେ ଯେଉଁ ଆତ୍ମନିର୍ଭର ଭାରତ ଯୋଜନାରେ ଏହି ଚୁକ୍ତି କରାଯାଇଥିଲା ତାହା ବାସ୍ତବରେ ଧୋକା ବୋଲି କ୍ରିକେଟ ଆସୋସିଏସନ୍ ଅଫ ବିହାରର ସମ୍ପାଦକ ଆଦିତ୍ୟ ବର୍ମା ପ୍ରକାଶ କରିଛନ୍ତି । ଡ୍ରିମ୍-୧୧ ମୂଳତଃ ଭାରତୀୟ କମ୍ପାନୀ ମାତ୍ର ଚାଇନିଜ୍ କମ୍ପାନୀ ଟେନସେଣ୍ଟ ଏହି କମ୍ପାନୀରେ ୨୫ ପ୍ରତିଶତର ହୋଲଡିଂର ମାଲିକ । ତେଣୁ ଏପରି ପରସ୍ଥିତିରେ କିଭଳି ଭାବରେ ଏହି କମ୍ପାନୀକୁ ଆଇପିଏଲ ସ୍ପନସରସିପ୍ ପ୍ରଦାନ କରାଗଲା ଏହାକୁ ନେଇ ବର୍ମା ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ଏକ ଆଇପିଏଲ୍ ଦଳ ସହିତ ଡ୍ରିମ-୧୧ ସମ୍ପୃକ୍ତ ଥିବାରୁ ଏହି ଚୁକ୍ତି ଉପରେ ବର୍ମା ପ୍ରଶ୍ନ ଉଠାଇଛନ୍ତି ।