ତିନି ମାସର ଛୁଆକୁ ଧରି କାର୍ଯ୍ୟ କରୁଛନ୍ତି ଅଧିକାରୀ ।

ତିନି ମାସର ଛୁଆକୁ ଧରି କାର୍ଯ୍ୟ କରୁଛନ୍ତି ଅଧିକାରୀ ।

ତିନି ମାସର ଛୁଆକୁ ଧରି କାର୍ଯ୍ୟ କରୁଛନ୍ତି ଅଧିକାରୀ ।
ବିଶାଖାପାଟଣା: କରୋନା ମୁକାବିଲାରେ ବ୍ୟସ୍ତ ଆନ୍ଧ୍ରପ୍ରଦେଶର ଜଣେ ମହିଳା ଆଇଏଏସ ଅଧିକାରୀ ନିଜର ଶିଶୁ ପୁତ୍ରକୁ ସାଙ୍ଗରେ ଧରି କାର୍ଯ୍ୟାଳୟକୁ ଆସୁଛନ୍ତି । ତାକୁ କୋଳରେ ଧରି କାମମଧ୍ୟ କରୁଥିବାର ଦେଖାଯାଇଛି । ଏହାର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜ୍ଞାପନ କରାଯାଇଛି । ଏହି ଅଧିକାରୀ ଜଣକ ହେଉଛନ୍ତି ବିଶାଖାପାଟଣା ପୌର ନିଗମର କମିସନର ଶ୍ରୀଜାନା ଗୁମାଲା । ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ଗୁମାଲା ମାତ୍ର ତିନି ମାସ ପୂର୍ବେ ମାତୃତ୍ୱ ଲାଭ କରିଥିଲେ । କିନ୍ତୁ କରୋନା ଜନିତ କାର୍ଯ୍ୟର ଆହ୍ୱାନରେ ସେ ଘରେ ରହି ନ ପାରି କାର୍ଯ୍ୟକ୍ଷେତ୍ରକୁ ଫେରିଥିଲେ । ପ୍ରଥମେ ସେ ପୁଅକୁ ସ୍ତନ୍ୟପାନ କରାଇବା ପାଇଁ ବାରମ୍ବାର ବାସନଭବନକୁ ଯାଉଥିଲେ । କୁନି ପୁଅକୁ ଘରେ ଛାଡ଼ି କାର୍ଯ୍ୟାଳୟରେ ରହିବା ମଧ୍ୟ ସମ୍ଭବ ନଥିଲା । ଏହା ଦ୍ୱାରା ସମସ୍ୟା ସୃଷ୍ଟି ହେବାରୁ ସେ ତାକୁ ସାଙ୍ଗରେ ନେଇ ଆସୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମତି ପାଇଛନ୍ତି ।