ଥାର୍ଡ ଡିଗ୍ରୀ ଯୁଗ ସରିଯାଇଛି:ଗୃହମନ୍ତ୍ରୀ

ଥାର୍ଡ ଡିଗ୍ରୀ ଯୁଗ ସରିଯାଇଛି:ଗୃହମନ୍ତ୍ରୀ

ଥାର୍ଡ ଡିଗ୍ରୀ ଯୁଗ ସରିଯାଇଛି:ଗୃହମନ୍ତ୍ରୀ
ଆଦିଲ୍ଲୀ: ଅପରାଧୀଙ୍କ ଠାରୁ ସତ ବାହାର କରିବା ପାଇଁ ପୁଲିସକୁ କେତେ କୌଶଳ ଆପଣାଇବାକୁ ପଡ଼ିଥାଏ । ସେଥିରେ କିଛି ସୁଫଳ ନମିଳିଲେ ଶେଷରେ ଥାର୍ଡ ଡିଗ୍ରୀର ପ୍ରୟୋଗ କରାଯାଇଥାଏ । ତେବେ ଏବେ ଜମାନା ବଦଳି ଯାଇଛି । ଆଉ ଅପରାଧୀଙ୍କ ଉପରେ ଥାର୍ଡ ଡିଗ୍ରୀର ପ୍ରୟୋଗ କରାଯିବ ନାହିଁ । ଏକଥା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ, ଥାର୍ଡ ଡିଗ୍ରୀ ଯୁଗ ସରିଯାଇଛି । ଥାର୍ଡ ଡିଗ୍ରୀ ଜରିଆରେ ସତ ଆଦାୟ କରିବାର ଯୁଗ ଏବେ ଆଉ ନାହିଁ । ଏବେ ଆଧୁନିକ ଜ୍ଞାନକୌଶଳ ଜରିଆରେ ଅପରାଧ ପ୍ରମାଣ କରିବା ଜରୁରୀ ହୋଇପଡ଼ିଛି । ଏନେଇ ପୁଲିସ ୟୁନିଭର୍ସିଟି ଓ ଫୋରେନସିକ ସାଇନ୍ସ ୟୁନିଭର୍ସିଟି ପ୍ରତିଷ୍ଠା ହେବ । ୟୁନିଭର୍ସିଟି ଅଧୀନରେ ରାଜ୍ୟସ୍ତରରେ କଲେଜ ପ୍ରତିଷ୍ଠା କରାଯିବ । ୟୁନିଭର୍ସିଟି ପ୍ରତିଷ୍ଠା ନେଇ ଖୁବଶୀଘ୍ର କ୍ୟାବିନେଟରେ ପ୍ରସ୍ତାବ ଆସିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।