ଦାରିଙ୍ଗବାଡ଼ିରେ ୧୧କୁ ଖସିଲା ପାରଦ
ଦାରିଙ୍ଗବାଡ଼ିରେ ୧୧କୁ ଖସିଲା ପାରଦ
admin
Nov 13, 2019 - 10:31
Updated: Nov 13, 2019 - 10:31
ଭୁବନେଶ୍ୱର : ‘ବୁଲବୁଲ’ ଅପସରିିଯିବା ପରେ ଆକାଶ ନିର୍ମଳ ହେବା ସହ ପାଗ ଶୁଖିଲା ରହିଛି। ପବନ ଓ ବର୍ଷାର ଭୟ ଦୂରେଇ ଯିବା ପରେ ଏବେ ଖରା ପ୍ରକୋପ ଲକ୍ଷ୍ୟ କରାଯାଉଛି। ରଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ଖସୁଥିବାବେଳେ ଆସନ୍ତା ୪୮ଘଣ୍ଟା ଭିତରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ଖସିବ ଏବଂ ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ ହୋଇଥିବା ତଥ୍ୟ ଅନୁସାରେ ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ୧୧ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସୁନ୍ଦରଗଡ଼ରେ ପାରଦ ୧୨ଡ଼ିଗ୍ରୀକୁ ହ୍ରାସ ପାଇଥିବାବେଳେ କୋରାପୁଟ ଓ ଟିଟିଲାଗଡ଼ରେ ମଧ୍ୟ ୧୫ଡ଼ିଗ୍ରୀ ସେଲସିୟସ ତଳକୁ ଖସିଛି। ଏବେ ରଜ୍ୟର ରାଜ୍ୟର ୧୭ଟି ସ୍ଥାନରେ ସବନିମ୍ନ ପାରଦ ୨୦ଡ଼ିଗ୍ରୀ ତଳେ ଏବଂ ୪ଟି ସ୍ଥନରେ ୧୫ଡ଼ିଗ୍ରୀ ତଳେ ରହିଛି। ସେହିପରି ସର୍ବନିମ୍ନ ପାରଦ ଖସିବା ସହିତ ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୨୬ଡ଼ିଗ୍ରୀକୁ ହ୍ରାସ ପାଇଛି।
ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି ଯେ ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ରାତିର ସର୍ବନିମ୍ନ ପାରଦ ୨ରୁ ୩ଡ଼ିଗ୍ରୀ ଖସିବା ସହିତ ଶୀତ ପ୍ରକୋପ ଅନୁଭୂତ ହେବ।
କାର୍ତ୍ତିକ ଆସିଲେ ଶୀତ ଅନୁଭୂତ ହୁଏ। ହେଲେ ଏଥର କାର୍ତ୍ତିକ ବିନା ଶୀତରେ ବିତିଗଲା। ବାତ୍ୟା ପ୍ରକୋପରେ ଶୀତ ଉଭେଇଗଲା। ପାଣିପାଗ ବିଶେଷଜ୍ଞଙ୍କ ମତ ହେଲା ଜଳବାୟୁ ପରିବର୍ତ୍ତନ ପାଇଁ ପରିବେଶ ସନ୍ତୁଳନ ହରାଇବା ସହିତ ଏଭଳି ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି।