ଦିଲ୍ଲୀ ଇଣ୍ଡିଆ ଗେଟ ରାଜପଥରେ ସମ୍ବଲପୁର ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଲ୍ଲୀ ଇଣ୍ଡିଆ ଗେଟ ରାଜପଥରେ ସମ୍ବଲପୁର ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଲ୍ଲୀ ଇଣ୍ଡିଆ ଗେଟ ରାଜପଥରେ ସମ୍ବଲପୁର ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ନୂଆଦିଲ୍ଲୀ - ଓଡିଶାର ଯୁବକ ଦିଲ୍ଲୀ ଇଣ୍ଡିଆଗେଟ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର ଅବସ୍ଥା ଏବେ ଗୁରୁତର ଥିବାରୁ ମନୋହର ଲୋହିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ନାଁ କାର୍ତ୍ତିକ ବୋଲି ଜଣାପଡିଛି । ଅଭିଯୋଗ ମୁତାବକ ଆଜି କାର୍ତ୍ତିକ ଇଣ୍ଡିଆ ଗେଟ୍ ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ଫେରୁଥିବା ବେଳେ ସେରିମୋନିଆଲ ରୋଡ୍ରେ ନିଜ ଦେହରେ ତେଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରରେ ୯୦ ପ୍ରତିଶତ ପୋଡ଼ି ଯାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ମାନସିକ ଚାପରୁ ଏପରି କରିଥିବା କାର୍ତ୍ତିକ ପୁଲିସକୁ କହିଛନ୍ତି। ମାତ୍ର କିଏ ମାନସିକ ଚାପ ଦେଉଥିଲା, ତାହା ଜଣାପଡ଼ି ନାହିଁ। ତାଙ୍କ ଘର ପଶ୍ଚିମ ଓଡ଼ିଶାର ସମ୍ୱଲପୁର ଅଞ୍ଚଳ ବୋଲି ଅନୁମାନ କରାଯାଉଛି।