ଦୁଇ ପାଟିଆ ମାଛ

ଦୁଇ ପାଟିଆ ମାଛ

ଦୁଇ ପାଟିଆ ମାଛ
ନିଉୟର୍କର ବାସିନ୍ଦା ଗିଡିଜ ନିକଟରେ ଚାମ୍ପଲେନ ହ୍ରଦକୁ ମାଛ ଧରିବା ପାଇଁ ଯାଇଥିଲେ । ଆଉ ସେହି ଦିନ ତାଙ୍କ ବନିଶୀରେ ଲାଖିଥିଲା ଏଇ ଦୁଇ ପାଟିଆ ମାଛ । ଦୁଇଟି ପାଟି ଥିବା ଟ୍ରାଉଟ ମାଛଟିକୁ ସେ ଜୀବନ୍ତ ଧରିଥିଲେ । ତାହାର ଦୁଇ ପାଟି ଦେଖି, ବିସ୍ମିତ ହୋଇଥିଲେ । ତାହା ପରେ ଗୁଡ଼ିଏ ଫଟୋ ଉଠାଇ ପାଣିରେ ଛାଡ଼ି ଦେଇଥିଲେ । ନଟି ବଏଜ ଫିସିଂ କ୍ଲବର ସେ ସଦସ୍ୟା । ଏହି କ୍ଲବର ଫେସବୁକ ପୃଷ୍ଠାରେ ଡେବି ଧରିଥିବା ମାଛର ଫଟୋ ପ୍ରଥମେ ଆସିଥିଲା । ମାଛଟିର ଦୁଇଟି ପାଟିକୁ ନେଇ ବିଭିନ୍ନ ମତ ପ୍ରକାଶ ପାଉଛି । ଏକ ମତ ଅନୁଯାୟୀ ତାହା ଜିନଗତ ତ୍ରୁଟି । ଅନ୍ୟ ଏକ ମତ ଅନୁଯାୟୀ କୌଣସି ଦୁର୍ଘଟନା ଯୋଗୁଁ ମାଛର ଏ ପରି ଅବସ୍ଥା ହୋଇଥାଇପାରେ ।