ଦେଖନ୍ତୁ କରୋନାର ପ୍ରଥମ ଫଟୋ।

ଦେଖନ୍ତୁ କରୋନାର ପ୍ରଥମ ଫଟୋ।

ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ଥିବା କରୋନା ଦେଖିବାକୁ କେମିତି? ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବାବେଳେ କରୋନାର ଫଟୋ ସାମ୍ନାକୁ ଆସିଛି। ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍‌ରୁ ମାଇକ୍ରୋସ୍କୋପ୍‌ ଜରିଆରେ ବର୍ତ୍ତମାନ ଏହାର ଫଟୋ ଉଠାଯାଇଛି। ଏହି ମାଇକ୍ରୋସ୍କୋପି ଫଟୋଟି ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ବା ଆଇଜେଏମ୍‌ଆରର ସଦ୍ୟ ପ୍ରକାଶିତ ସଂସ୍କରଣରେ ପ୍ରକାଶିତ ହୋଇଛି। ଗତବର୍ଷ ଚାଇନାର ଉହାନ୍‌ରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାଇରସ୍‌ ସାରା ବିଶ୍ୱରେ ମୃତ୍ୟୁରେ ତାଣ୍ଡବ ଲୀଳା ଚଲାଇଛି।