ଅନଲକ ୩.୦ : ହଟିବ ରାତି କର୍ଫୁ୍ୟ, ଖୋଲିବ ଜିମ

ଅନଲକ ୩.୦ : ହଟିବ ରାତି କର୍ଫୁ୍ୟ, ଖୋଲିବ ଜିମ

ଅନଲକ ୩.୦ : ହଟିବ ରାତି କର୍ଫୁ୍ୟ, ଖୋଲିବ ଜିମ
ନୂଆଦିଲ୍ଲୀ : ଅନଲକ ୩.୦ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । କରୋନା ସ୍ଥିତି ଗମ୍ଭୀର ଥିଲେ ବି ଅନେକ କିଛି କୋହଳ କରାଯାଇଛି । ଅଗଷ୍ଟ ପହିଲାରୁ ଏହା କାର୍ଯ୍ୟକାରୀ ହେବ । ତେବେ କଂଟେନମେଂଟ ଜୋନରେ କିନ୍ତୁ କଟକଣା ଜାରିରହିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୧. ରାତ୍ରକାଳୀନ କର୍ଫୁ୍ୟ ଉଠିଯିବ ୨. ଅଗଷ୍ଟ ୫ରୁ ଯୋଗ, ଜିମ ସେଂଟର ଖୋଲିବ । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯିବ । ୩. ସାମାଜିକ ଦୂରତା ରକ୍ଷା କରି ସ୍ୱାଧୀନତା ଦିବସ ପାଳନକୁ ଅନୁମତି ପ୍ରଦାନ ୪. ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ କୋଚିଂ ସେଂଟର ବନ୍ଦ ରହିବ ୫. ବନେ୍ଦ ଭାରତ ମିଶନ ଜରିଆରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିବ ୫. ମେଟ୍ରୋ ରେଳ, ସିନେମା ହଲ, ସୁଇମିଂ ପୁଲ, ପାର୍କ, ଥିଏଟର, ବାର, ଅଡ଼ିଟୋରିୟମ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ସ୍ଥିତିକୁ ଅନୁଶୀଳନ କରିବା ପରେ କେଉଁଟା କେବେ ଖୋଲିବ ସେନେଇ ପରେ ବିଜ୍ଞପ୍ତି ପ୍ରକାଶ ପାଇବ । ୬. ଅଗଷ୍ଟ ୩୧ ପର୍ଯ୍ୟନ୍ତ କଂଟେନମେଂଟ ଜୋନରେ ଲକଡାଉନ କଡ଼ାକଡ଼ି ଭାବେ ପାଳନ କରାଯିବ । ୭. କଂଟେନମେଂଟ ଜୋନ ସମ୍ପର୍କରେ ସ୍ଥାନୀୟ ଜିଲ୍ଲାପାଳମାନେ ୱେବସାଇଟରେ ଉଲ୍ଲେଖ କରିବେ । ୮. କଂଟେନମେଂଟ ଜୋନ ବାହାରେ କାହାକୁ ଅନୁମତି ମିଳିବ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ । ଆନ୍ତଃ ରାଜ୍ୟ ବା ରାଜ୍ୟ ଭିତରେ ସାମଗ୍ରୀ ପରିବହନ ଓ ବ୍ୟକ୍ତି ଯା’ଆସ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ଅନୁମତି ଦରକାର ନାହିଁ ।