୪୦ ହଜାର ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା

୪୦ ହଜାର ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା

୪୦ ହଜାର ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ଦେଶରେ ୪୦ ହଜାର ଅତିକ୍ରମ କରିଛି କରୋନା ମୃତକଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣଙ୍କ ପ୍ରାଣହାନି ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୪୦,୬୯୯ରେ ପହଞ୍ଚିଛି । ଏହା ସହିତ ଦେଶ ବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷର ନିକଟତର ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୫୬ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୬୪ ହଜାର ୫୩୭ରେ ପହଞ୍ଚିଛି । ବୁଧବାର ଦିନ ୫୬୨୮୨ ଜଣ ନଳ୍ପଚ୍ଛନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୧୩ ଲକ୍ଷ ୨୮ ହଜାର ୩୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୯୫ ହଜାର ୫୦୧ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ହିସାବରେ ମହାରାଷ୍ଟ୍ର ଏକ ନମ୍ବରରେ ରହିଥିବା ବେଳେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି ।