କରୋନା ଅପଡେଟ୍ : ୨୪ ଘଣ୍ଟାରେ ୪୪ ହଜାର ଆକ୍ରାନ୍ତ, ୪୮୧ ମୃତ

କରୋନା ଅପଡେଟ୍ : ୨୪ ଘଣ୍ଟାରେ ୪୪ ହଜାର ଆକ୍ରାନ୍ତ, ୪୮୧ ମୃତ

କରୋନା ଅପଡେଟ୍ : ୨୪ ଘଣ୍ଟାରେ ୪୪ ହଜାର ଆକ୍ରାନ୍ତ, ୪୮୧ ମୃତ
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୦ ଜଣଙ୍କର ମୃତ୍ୟୁ ଘଟିଛି । ୪୪ ହଜାର ୩୭୬ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଲକ୍ଷ ୨୨ ହଜାର ୨୧୬ରେ ପହଞ୍ଚିଛି । ଏହା ସହିତ ୪୮୧ ନୂତନ ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୪ ହଜାର ୬୯୯ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୩୭ ହଜାର ୮୧୬ ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୮୬ ଲକ୍ଷ ୪୨ ହଜାର ୭୭୧ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୬୦୭୯ ବୃଦ୍ଧି ଘଟି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୭୪୬ରେ ପହଞ୍ଚିଛି । ସମଗ୍ର ଦେଶରେ ୪୮୧ ମୃତୁ ହୋଇଥିବା ବେଳେ ଏଥିରୁ ୧୦୯ କେବଳ ଦିଲ୍ଳୀରେ ହୋଇଛି । ଦିଲ୍ଲୀରେ ବିଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୬୨୨୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୯୭ ଲକ୍ଷ ୧୫ ହଜାର ୫୭୮ରେ ପହଞ୍ଚିଛି । ୧୪ ଲକ୍ଷ ୮ ହଜାର ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ କୋଟି ୮୨ ଲକ୍ଷ ୨୭ ହଜାର ୩୨୬ ଜଣ ସୁସ୍ଥ ହୋଇଛନ୍ତି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୦ ହଜାର ୨୨୯ ରହିଛି ।