ଦେଶରେ ଗୋଟିଏ ଦିନରେ ୧୬,୪୮୮ ଆକ୍ରାନ୍ତ ଚିହ୍ନଟ

ଦେଶରେ ଗୋଟିଏ ଦିନରେ ୧୬,୪୮୮ ଆକ୍ରାନ୍ତ ଚିହ୍ନଟ

ଦେଶରେ ଗୋଟିଏ ଦିନରେ ୧୬,୪୮୮ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ପ୍ରାୟ ଜିଲ୍ଲାରେ ଲକଡାଉନ କରାଯାଉଥିବାର ଦେଖାଯାଉଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୧୬,୪୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୧୧୩ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୫୬ ହଜାର ୯୩୮କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୭୯ ହଜାର ୯୭୯ ରେ ପହଂଚିଛି । ଦେଶରେ ୧,୫୯, ୫୯୦ ଜଣ କରୋନା ଆକ୍ରାନ୍ତରେ ସକ୍ରିୟ ରହି ଚିକିତ୍ସୀତ ହେଉଛନ୍ତି । ସେହପିରି ୧,୦୭,୬୩, ୪୫୧ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।