ଦେଶର ଚାଷୀମାନଙ୍କୁ ଭ୍ରମିତ କରାଯାଉଛି:ରାଜନାଥ

ଦେଶର ଚାଷୀମାନଙ୍କୁ ଭ୍ରମିତ କରାଯାଉଛି:ରାଜନାଥ

ଦେଶର ଚାଷୀମାନଙ୍କୁ ଭ୍ରମିତ କରାଯାଉଛି:ରାଜନାଥ
ନୂଆଦିଲ୍ଲୀ: ଦେଶର ଚାଷୀମାନଙ୍କୁ ଭ୍ରମିତ କରାଯାଉଛି । ଚାଷୀ ଆନେ୍ଦାଳନ ପରିପ୍ରେକ୍ଷୀରେ ନିଜ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଥିସହ ଆଲୋଚନା ପାଇଁ ଶ୍ରୀ ସିଂହ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଚାଷୀମାନଙ୍କ ମଧ୍ୟରେ ଭ୍ରମ ଧାରଣା ସୃଷ୍ଟି କରାଯାଉଛି । ୩ଟି କ୍ଲଜକୁୁ ନେଇ ଆଲୋଚନା କରିବାକୁ ଚାଷୀଙ୍କୁ ଅନୁରୋଧ କରୁଛି । ବିଲର ପ୍ରତିଟି କ୍ଲଜ ବାବଦରେ ଆଲୋଚନା କରିବା । ଚାଷୀ ଚାହିଁଲେ ଏକ୍ସପର୍ଟଙ୍କୁ ଆଲୋଚନାରେ ସାମିଲ କରିପାରିବେ । ଚାଷୀଙ୍କ ସହ କଥାବାର୍ତ୍ତା ପାଇଁ ଆମେ ପ୍ରସ୍ତୁତ । ଚାଷୀଙ୍କ ସ୍ୱାର୍ଥ ବିରୋଧରେ ସରକାର କୌଣସି ପଦକ୍ଷେପ ନେବେ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।