ଧୋନିଙ୍କ ଗ୍ଲୋଗସରୁ ବଳିଦାନ ପ୍ରତୀକ କାଢିବାକୁ ଆଇସିସିର ଅନୁରୋଧ

ଧୋନିଙ୍କ ଗ୍ଲୋଗସରୁ ବଳିଦାନ ପ୍ରତୀକ କାଢିବାକୁ ଆଇସିସିର ଅନୁରୋଧ

ଧୋନିଙ୍କ ଗ୍ଲୋଗସରୁ ବଳିଦାନ ପ୍ରତୀକ କାଢିବାକୁ ଆଇସିସିର ଅନୁରୋଧ
ନୂଆଦିଲ୍ଲୀ:ଭେଟେରାନ ଖେଳାଳୀ ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ କିପିଂ ଗ୍ଲୋଭସକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ଗ୍ଲୋଭସରେ ଆର୍ମି ପ୍ରତୀକ ଚିହ୍ନ ଥିବାରୁ ଭାରତୀୟ ପ୍ରଶଂସକ ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଇସିସି ଏହାକୁ ବିରୋଧ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନି ପିନ୍ଧି ଥିବା ଗ୍ଲୋଭସରେ ଇଣ୍ଡିଆନ୍ ପାରା ସ୍ପେସିଆଲ ଫୋର୍ସେସର ବଳିଦାନ ବାଜ୍ ରହିଥିବା ଦେଖିବାକୁ ମିଳିଥିଲା । ଆଇସିସି ଜେନେରାଲ ମ୍ୟାନେଜର କ୍ଳେୟର ଫୁର୍ଲଙ୍ଗ ସୂଚନା ଦେଇ କହିଛନ୍ତି, ଧୋନିଙ୍କ ଗ୍ଲୋଭସରୁ ଆର୍ମି ପ୍ରତୀକ ଚିହ୍ନ କାଢିବାକୁ ଆମେ ବିସିସିଆଇଙ୍କୁ ଅନୁରୋଧ କରିଛୁ । ଆଇସିସି ନିୟମ ଅନୁଯାୟୀ ଖେଳାଳିମାନେ ରାଜନୀତି, ଧର୍ମ କିମ୍ବା ଏହାକୁ ବିରୋଧ କରୁଥିବା ଭଳି କୌଣସି ପ୍ରତୀକ ଚିହ୍ନ ବ୍ୟବହାର କରିପାରିବେନି । ସୂଚନାଯୋଗ୍ୟ, ଧୋନିଙ୍କ ଅଧିନରେ ଭାରତ ୨୦୧୧ ବିଶ୍ୱକପ ଚାମ୍ପିଅନ ହେବା ପରେ ତାଙ୍କୁ ପାରାଚ୍ୟୁଟ ରେଜିମେଂଟର ଲେଫ୍ଟନେଂଟ କର୍ଣ୍ଣର ପଦ ପ୍ରଦାନ କରାଯାଇଥିଲା ।