ନିରଞ୍ଜନ ଜଣେ ଚତୁର ବେପାରୀ : ଅମର

ନିରଞ୍ଜନ ଜଣେ ଚତୁର ବେପାରୀ : ଅମର

ନିରଞ୍ଜନ ଜଣେ ଚତୁର ବେପାରୀ : ଅମର
ଭୁବନେଶ୍ୱର : ପୁଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ପିସିସିର ସମସ୍ତ କମିଟିକୁ ଏଆଇସିସି ସଭାପତି ସୋନିଆ ଗାନ୍ଧୀ ଭାଙ୍ଗି ଦେଇଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ଓ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ବଦଳାଇନାହାନ୍ତି । ଅପରପକ୍ଷରେ ନିରଞ୍ଜନଙ୍କୁ ପୁଣି ଥରେ ପିସିସି ସଭାପତି ଦାୟିତ୍ୱ ମିଳିଥିବାରୁ ଫିଡ଼ିକି ଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ । ସିଧାସଳଖ ଭାବେ ସେ ନିରଞ୍ଜନକୁ ନିଶାନା ସାଧିଛନ୍ତି । ଅମର କହିଛନ୍ତିଯେ, ଦ୍ରୌପଦୀର ବସ୍ତ୍ରହରଣ ପରି କଂଗ୍ରେସର ବସ୍ତ୍ରହରଣ ହୋଇଛି । ଅଭିଜ୍ଞତା ଓ ଅର୍ଥ ବଳ ପାଇଁ ହାଇକମାଣ୍ଡ ତାଙ୍କୁ ପୁନଃଦାୟିତ୍ୱ ଦେଇଛନ୍ତି । ତାଙ୍କ ନେତୃତ୍ୱକୁ ଲୋକେ ଗ୍ରହଣ କଲେନାହିଁ ବୋଲି ଏପରି ଫଳ ହୋଇଛି । ପିସିସିର କାର୍ଯ୍ୟଶୈଳୀକୁ ଲୋକେ ଗ୍ରହଣ କରୁନାହାନ୍ତି । ସେ ଦଳକୁ ପାରିବାରିକ କରିଦେଲେ । ନିଜ ପୁଅକୁ ଟିକେଟ ଦେଲେ । ଲୋକେ ଆଉ କିପରି ଉତର ଦେଇଥା’ନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ସେ ଜଣେ ଚତୁର ବ୍ୟବସାୟୀ, କିନ୍ତୁ ସଫଳ ରାଜନେତା ନୁହଁନ୍ତି ବୋଲି ଅମର ସମାଲୋଚନା କରିଛନ୍ତି ।