ପଂଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ପଂଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ପଂଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ବ୍ରହ୍ମପୁର ସଦର ଥାନା ଇଲାକାରେ ଜନୈକା ପଂଚମ ଶ୍ରେଣୀ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ ହୋଇଛି । ଏହି ଘଟଣାରେ ପୁଲିସ କେସ ନମ୍ବର ୩୯/୨୧ରେ ମାମଲା ରୁଜୁ କରି ୩ଜଣ ନାବାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ସ୍ୱତନ୍ତ୍ର ପୋକସୋ କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ସଦରଥାନା ଅନ୍ତର୍ଗତ ଏକ ଗାଁରେ ଜନୈକା ନାବାଳିକା ଘରେ ଏକୁଟିଆ ଥିଲେ । ମା-ବାପା କାମ କରିବାକୁ ଯାଇଥିବାବେଳେ ୩ଜଣ ନାବଳକ ଘରେ ପଶିଥିଲେ । ସେମାନେ ନାବାଳିକାଙ୍କୁ କାବୁ କରି ଜୋରଜବରଦସସ୍ତ ଗଣଦୁଷ୍କର୍ମ କରିଥିଲେ । ମା-ବାପା ସନ୍ଧ୍ୟାରେ କାମ ସାରି ଘରକୁ ଫେରିଥିଲେ । ପୀଡିତା ଜଣଙ୍କ କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ମା -ବପାଙ୍କୁ କହିଥିଲେ । ଏନେଇ ପୀଡିତାଙ୍କ ମା ସଦର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ନାବାଳକଙ୍କୁ ଥାନାରେ ଅଟକ ରଖିଥିଲା । ଗତ କିଛିଦିନ ତଳେ ବଡ ବଜାର ଥାନା ଇଲାକାରେ ବାପା ତାଙ୍କର ଝିଅ ସହିତ ଗଣଦୁଷ୍କର୍ମ କରିବା ଭଳି ଘଟଣା ନଜରକୁ ଆସିଥିଲା । ଏବେ ପୁଣିଥରେ ଜନୈକା ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ହୋଇଛି । ଏଭଳି ଘଟଣା ନଜରକୁ ଆସୁଥିବାରୁ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି ।